ପାଟକୁରା ବିଧାନସଭା ଆସନ ହାତେଇ ଜିଲ୍ଲାର ସବୁ ଆସନ ପୋଛି ନେବାକୁ ଚାହୁଁଛି ବିଜେଡି, ସମ୍ମାନ ରକ୍ଷା ପାଇଁ ଅଣ୍ଟା ଭିଡି଼ଛି ବିଜେପି

Published By : Prameya-News7 Bureau | June 11, 2019 IST

କେନ୍ଦ୍ରାପଡା (ମାତୃଦତ୍ତ ମହାନ୍ତି, ପ୍ଲାବନ ସ୍ବାଇଁ) ୧୧|୬: ଖୁବ୍ ଶୀଘ୍ର ଘୋଷଣା ହୋଇପାରେ ପାଟକୁରା ବିଧାନସଭା ନିର୍ବ।ଚନ ତାରିଖ ।୩ ପ୍ରମୁଖ ଦଳ ଏଥିପାଇଁ ଜୋରସୋର ପ୍ରସ୍ତୁତି ଆରମ୍ଭ କରିଦେଲେଣି । ପାଟକୁରା ହାତେଇ ବିଜେଡି ଜିଲ୍ଲାର ସବୁ ଆସନ ପୋଛି ନେବାକୁ ଚେଷ୍ଟା କରିଥିବା ବେଳେ, ବିଜେପି ସମ୍ମାନ ରକ୍ଷା କରିବା ପାଇଁ ଅଣ୍ଟାଭିଡି଼ଛି । ସବୁ ପାର୍ଟିର  ହେଭିୱେଟମାନେ ଏବେ ପାଟକୁରାରେ ଡେରା ପକାଇଛନ୍ତି ।

{"id":122086}

ଫୋକସରେ ପାଟକୁରା । ଯେ କୌଣସି ସମୟରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ । ଭାଗ୍ୟ ପରୀକ୍ଷାର ଦିନ ପାଖେଇ ଆସୁଥିବାରୁ ପ୍ରାର୍ଥୀଙ୍କ ମଧ୍ୟରେ ଯେତିକି ଉତ୍କଣ୍ଠା ସେତିକି ବ୍ୟସ୍ତତା । ବିଜେଡିରୁ ସାବିତ୍ରୀ ଅଗ୍ରୱାଲ ମଇଦାନରେ ଥିବା ବେଳେ ବିଜେପି ପ୍ରାର୍ଥୀ ହୋଇଛନ୍ତି ବିଜୟ ମହାପାତ୍ର । ଆଉ କଂଗ୍ରେସ କ୍ୟାଣ୍ଡିଡେଟ୍ ଭାବେ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇଛନ୍ତି ଜୟନ୍ତ ମହାପାତ୍ର । ବିଜେଡି ହେଭିୱେଟ୍ ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ସୁବାସ ସିଂହ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସଂଜୟ ଦାସବର୍ମ।,  ପ୍ରଫୁଲ ମଲ୍ଲିକ ଏବେ ଡେରା ପକେଇଛନ୍ତି କେନ୍ଦ୍ରାପଡ଼ାରେ ।

{"id":122087}

ସେହିପରି ବିଜେପିର ଆଜି କେନ୍ଦ୍ରାପଡାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବରିଷ୍ଠ ବିଜେପି ନେତା ମନମୋହନ ସାମଲ, ଭୃଗୁ ବକ୍ସିପାତ୍ର, ରମାରଂଜନ ବଳିଆର ସିଂହ,ଶାରଦା ଶତପଥୀ, ଗୌତମ ରାୟ, ବିଭୁ ପ୍ରସାଦ ତରାଇ, ପ୍ରଭାତି ପରିଡା ପ୍ରମୁଖ ଉପସ୍ଥତି ରହି ରଣନୀତି ପ୍ରସ୍ତୁତ କରିଛନ୍ତି ।  ଉଭୟ ଦଳର ନିଜ ପ୍ରାର୍ଥୀଙ୍କ ବିଜୟ ନେଇ ଆଶାବଦୀ ।

{"id":122088}

ସେପଟେ ବିଜେଡି-ବିଜେପି ଲଢ଼େଇ ମଧ୍ୟରେ କଂଗ୍ରେସ ବାଜିମାରିନେବ ବୋଲି ଆଶା ବାନ୍ଧିଛି ।   ପ୍ରଦେଶ କଂଗ୍ରେସ କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ସୋମବାର ଦିନ ରାଜଧାନୀରେ ଅନୁଷ୍ଠିତ ହୋଇଯାଇଛି  ୨୦୧୪ ସାଧାରଣ ନିର୍ବ।ଚନରେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲ ୮୯ ହଜାର ୮୫୩ ଖଣ୍ଡ ପାଇଥିଲେ ।  ସେ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀଙ୍କ ଜୟନ୍ତ ମହାନ୍ତିଙ୍କୁ ୪୭  ହଜାର ୭୧୫ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । କଂଗ୍ରେସ୍ ପ୍ରାର୍ଥୀ ଜୟନ୍ତ  ମହାନ୍ତି ୪୨ ହଜାର ୧୩୮ ଓ ବିଜେପି ପ୍ରାର୍ଥୀ ମାନସ ମହାନ୍ତି ୨୧ ହଜାର ୫୬୨ ଖଣ୍ଡ ଭୋଟ ପାଇଥିଲେ । ଗତ ପାଟକୁରା ବିଧାନସଭା ନିର୍ବ।ଚନରେ ବିଜେଡିର ଭୋଟ ପରିମାଣ ଶତକଡା ୫୬. ୪୨ ପ୍ରତିଶତ ରହିଥିବା ବଳେ କଂଗ୍ରେସ୍ କୁ ୨୬.୪୬ ପ୍ରତିଶତ ଓ ବିଜେପିକୁ ୧୩.୫୬  ପ୍ରତିଶତ ଭୋଟ ମିଳିଥିଲା ।  

{"id":122089}

ନିର୍ବାଚନ ଫଳ ଆସିବା ପରେ ହିଁ ଜଣାପଡ଼ିବ ପାଟକୁରା କାହା ଖାତାକୁ ଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.