Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଶାସକ ଦଳ ଅପେକ୍ଷା ପୌର ନିର୍ବାଚନକୁ ନେଇ ଅଧିକ ସିରିୟସ୍ ହେଲେଣି ବିରୋଧୀ, କଟକ ପୌର ନିର୍ବାଚନରେ ହେବ ତ୍ରିମୁଖୀ ଲଢେଇ

19/07/2019 at 5:15 PM

କଟକ ୧୯|୭: ସାଧାରଣ ନିର୍ବାଚନ ପରେ ଏବେ ପୌର ନିର୍ବାଚନ ପାଇଁ କମର କଷିଲେଣି ନେତା । କଟକରେ ଏଥର ପୌର ନିର୍ବାଚନରେ ପ୍ରମୁଖ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବ । ଯାହାକୁ ନଜରରେ ରଖି ସବୁ ଦଳ ଏବେ ନିଜ ନିଜ ଷ୍ଟ୍ରାଟେଜି ଆରମ୍ଭ କରିଦେଲେଣି ।

ସବୁବେଳେ ନିର୍ବାଚନ ଉପରେ ରହିଥାଏ ନେତାଙ୍କ ନଜର । ଗୋଟିଏ ଭୋଟ୍‌ ସରିଲେ ଆଉ ଗୋଟେ ଭୋଟ୍‌ ପାଇଁ ଆରମ୍ଭ ହୋଇଯାଏ କସରତ  । ସାଧାରଣ ନିର୍ବାଚନ ପରେ ପୁଣି ପୌର ନିର୍ବାଚନ ପାଇଁ କମର କଷିଲେଣି ନେତା । କଟକରେ ଆମେ ଯଦି ଦେଖିବା ତାହେଲେ ଶାସକ ଦଳ ଅପେକ୍ଷା ପୌର ନିର୍ବାଚନକୁ ନେଇ ଅଧିକ ସିରିୟସ୍‌ ହେଲେଣି ବିରୋଧୀ । କଂଗ୍ରେସ ଜନସମ୍ପର୍କ ବଢ଼ାଇବାରେ ମାତିଥିବା ବେଳେ କଟକ ପ୍ରତି ସରକାରୀ ଅବହେଳାକୁ ମୁଦ୍ଦା କରିବାକୁ ଚିନ୍ତା କରୁଛି ।  

ସେପଟେ ଗଲା ନିର୍ବାଚନରେ ଚୌଦ୍ବାର କଟକ, କଟକ ସଦର, ବାରବାଟି କଟକରେ ବିଜେପି ପ୍ରାର୍ଥୀଙ୍କ ପ୍ରତି ଜନସମର୍ଥନ ବଢ଼ିଥିବାରୁ ଏଥର ପୌର ନିର୍ବାଚନରେ ଭଲ ରେଜଲ୍ଟ ଆଶା କରୁଛି ଦଳ । ହେଲେ ଦଳରେ ଥିବା ଅନ୍ତର୍ଦ୍ବନ୍ଦ୍ବକୁ ମ୍ୟାନେଜ୍‌ କରି ନୂଆ ନେତୃତ୍ବକୁ ଆଗକୁ ବଢ଼ାଇବା ବିଜେପି ପାଇଁ ବଡ଼ ଚାଲେଂଜ୍‌ ହେବ । ଗତ ନିର୍ବାଚନରେ ଦଳର ସାଂସଦ ପ୍ରାର୍ଥୀ ହୋଇଥିବା ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ ପୌର ନିର୍ବାଚନରେ ଲିଡ୍‌ ରୋଲ୍‌ ଦେଇପାରେ ବିଜେପି । ତଥାପି ଏପର୍ଯ୍ୟନ୍ତ କିଛି କ୍ଲିୟର ହୋଇନଥିବା ବେଳେ ଭଲ ପରଫର୍ମାନ୍‌ସ୍‌ ନେଇ ଆଶାବାଦୀ ଅଛନ୍ତି ଦଳୀୟ ନେତା ।

କଟକ ପୌର ନିର୍ବାଚନକୁ ନେଇ ବିରୋଧୀଙ୍କ ଷ୍ଟ୍ରାଟେଜି ତୁଳନାରେ ଶାସକ ବିଜେଡିର ଏପର୍ଯ୍ୟନ୍ତ ସେମିତି କିଛି ହୋମ୍‌ଓ୍ବାର୍କ ଦେଖିବାକୁ ମିଳୁନି । ଏଥର ନିର୍ବାଚନ ହାରିଥିଲେ ବି କଟକରେ ଦଳର ମଙ୍ଗ ଧରିଥିବା ଦେବାଶିଷ ସାମନ୍ତରାୟ କିନ୍ତୁ ପୌର ନିର୍ବାଚନକୁ ନେଇ ଫୁଲ୍‌ କନ୍‌ଫିଡେଣ୍ଟ୍‌ ଅଛନ୍ତି ।

ଗଲା ସାଧାରଣ ନିର୍ବାଚନରେ ବାରବାଟୀ କଟକ ଆସନକୁ ବିଜେଡି ହାତରୁ ଛଡ଼ାଇ ନେଇଛି କଂଗ୍ରେସ । ତିନିଟି ବିଧାନସଭା କ୍ଷେତ୍ରରେ ବିଜେପିର ଭୋଟ୍‌ ସେୟାର ବଢ଼ିଛି । ଏସବୁକୁ ଦେଖିଲେ ଆସନ୍ତା ପୌର ନିର୍ବାଚନରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭିତରେ ତ୍ରିମୁଖୀ ଲଢ଼େଇ ହେବ ତାହା ସ୍ପଷ୍ଟ ହୋଇଯାଇଛି ।

   Related Posts