Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କିଏ କରୁଛି ଗୁଣ୍ଡାରାଜ : ବିଜେଡି–ବିଜେପି ମୁହାଁମୁହିଁ, କଂଗ୍ରେସ ଟାର୍ଗେଟ୍ କଲା ଉଭୟଙ୍କୁ

21/04/2019 at 6:14 PM

ଭୁବନେଶ୍ବର ୨୧|୪: ଗୁଣ୍ଡାରାଜକୁ ନେଇ ମୁହଁମୁହି ଦୁଇ ଦଳ  ବିଜେଡି ଓ ବିଜେପି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁଣ୍ତା ନିରୋଧ ଆଇନ ଆଣିବାକୁ ଘୋଷଣା କରିବା ପରେ ବିଜେଡି ଫେସ୍ ବଞ୍ଚାଇବାକୁ ବିଜେପିର କର୍ମୀଙ୍କ ଗଣ୍ତଗୋଳକୁ ଇସ୍ୟୁ କରି ଧର୍ମେନ୍ଦ୍ରକୁ  ଟାର୍ଗେଟ୍ କରିଛି । ଏପଟେ ବିଜେପି କହିଛି ଚୋର ମଚାଏ ସୋର। ଏପଟେ ବିଜେଡି ବି​‌ଜେପି କଳି​‌ ଭିତରେ ନାକ ପୁରାଇଛି କଂଗ୍ରେସ।

କିଏ କରୁଛି ଗୁଣ୍ଡାରାଜ । କିଏ ସୃଷ୍ଟି କରୁଛି ଆତଙ୍କରାଜ। ବିଜେଡି ବିଜେପି ନା କଂଗ୍ରେସ। ତିନି ଦଳ ପରସ୍ପର ଉପରେ ଦୋଷ ଲଦାଲଦିରେ ମାତିଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁଣ୍ତା ନିରୋଧ ଆଇନ ଆଣିବାକୁ କହିବା ପରେ ଜୋର ଧରିଛି ଏ ପ୍ରସଙ୍ଗ।

ବିଜେଡି ଅଭିଯୋଗ କରିଛି ଯେ ବିଜେପି କର୍ମୀଙ୍କୁ ଧମକାଇବା ସହ ଭୋଟରଙ୍କୁ ଡରାଉଛି। ଏପରିକି ବିଜେପି ପ୍ରାର୍ଥୀ  ବୁଥ୍ ଭିତରେ ପସି ଇଭିଏମ୍ ମେସିନ୍ ଭଙ୍ଗରୁଜା କରୁଛନ୍ତି । ଯେଉଁଥିପାଇଁ ଭୋଟ ଦେବାକୁ ଲୋକେ ଆସୁନାହାନ୍ତି ଭୋଟ୍ ହାର କମୁଛି।

ଏପଟେ ବିଜେପି କହିଛି ଚୋର ମଚାଏ ସୋର । ଅଧିକାଂଶ ସ୍ଥାନରେ ହୋଇଥିବା ହିଂସାକାଣ୍ଡ ବିଜେଡି ନେତା ଓ କର୍ମୀଙ୍କ ବିରୋଧରେ ଆସିଛି ବୋଲି କହିଛି।  କଂଗ୍ରେସ ଉଭୟଙ୍କୁ ସିଧା ଆକ୍ଷେପ କରିଛି । ବିଜେଡି ବିଜେପି ଉଭୟ ନିଜ ସ୍ବାର୍ଥ ପାଇଁ  କର୍ମୀକୁ ମାଡ ମାରୁଛନ୍ତି। ପାର୍ଟି ଅଫିସରେ ବୋମା ପକାଇ ଆତଙ୍କ ସୃଷ୍ଟି କରୁଛନ୍ତି । ପାଓ୍ବାରକୁ ଏମାନେ ଆସିଲେ ଆହୁରି ଅରାଜକତା ସୃଷ୍ଟି କରିବେ ବୋଲି କହିଛି। 

ଦୁଇ ପ୍ରର୍ଯ୍ୟାୟରେ ନିର୍ବାଚନୀ ହିଂସାରେ ୩ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିବା ବେଳେ ସୋରଡାରେ ଗୋଟିଏ ବୁଥରେ ଇଭିଏମ ମେସିନ ଭଙ୍ଗାରୁଜା ହୋଇଛି। ପ୍ରଚାର ସମୟରେ ଅନେକ ସ୍ଥାନରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି ।ତେବେ ଯେଉଁଠି ରାଜନୈତିକ ଦଳଗୁଡ଼ିକ ଅପରାଧ ସଂପନ୍ନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରି ମୈଦାନକୁ ଛାଡ଼ିଛନ୍ତି ସେଠି ଗୁଣ୍ଡାରାଜ ଥମିବ କେମିତି, ତାହାହିଁ ବଡ଼ ପ୍ରଶ୍ନ।

   Related Posts