କାଲି ପଶ୍ଟିମରୁ ଉପକୂଳଯାଏ କମ୍ପିବ ଓଡିଶା: ରାହୁଲ ଗାନ୍ଧିଙ୍କ ସଭା, ନିତିନ ଗଡକରିଙ୍କ ଗସ୍ତ ଓ ଯୋଗେଶ ଦେବେ ବିଜେଡିରେ ଯୋଗଦାନ

Published By : Prameya-News7 Bureau | February 05, 2019 IST

ଭୁବନେଶ୍ବର୫|୨: ଓଡ଼ିଶାରେ ନିର୍ବାଚନ ହାୱା ଧିରେ ଧିରେ ଜୋର ଧରିବାରେ ଲାଗିଲାଣି।  ଆଉ ଆସନ୍ତାକାଲିଠାରୁ ସବୁ ଦଳ ନିଜ ନିଜ ଆକ୍ଟିଭିଟିକୁ ଜୋର ଦେଉଛନ୍ତି। ଏହି ମାହୋଲ ନିର୍ବାଚନ ଯାଏଁ ବଳବତ୍ତର ରହିପାରେ। ଆସନ୍ତାକିଲ କଂଗ୍ରେସ ପାଇଁ ରାହୁଲ ଗାନ୍ଧି ଆସୁଥିବା ବେଳେ ତିନି କେନ୍ଦ୍ରମନ୍ତ୍ରୀ ଏକାଠି ହେଉଛନ୍ତି ପାରାଦୀପରେ। ୧୫ରେ ପୁଣି ଅମିତ ଶାହା ଆସିବେ ବୋଲି ବିଜେପି ସୂଚନା ଦେଇଛି।  ଆଉ ଆସନ୍ତାକାଲି ଯୋଗେଶ ସିଂ ବିଜେଡିରେ ମିଶିବେ।

{"id":82234,"width":592,"height":379}

କାଲି ତ୍ରିକୋଣୀୟ ମୁକାବିଲା। ଜୋରଦାର ହେବ ନିର୍ବାଚନୀ ଟକ୍କର ।  କାଲି ପଶ୍ଚିମ ଓଡ଼ିଶାରେ ଚକ୍କର ମାରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି । ଭବାନୀପାଟଣା ଓ ରାଉରକେଲାରେ ପରିବର୍ତ୍ତନ ସଂକଳ୍ପ ସମାବେଶ ।  ଦିନ ୧୧ଟାରେ ଭବାନୀପାଟଣାର ରାଧାକୃଷ୍ଣ ନଗର ପଡ଼ିଆରେ ହେବ ସାଧାରଣ ସଭା ।  ରାଜ୍ୟ କଂଗ୍ରେସର ନେତାଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା ବି ଯୋଗ ଦେବେ । ଦିନ ୨ଟାରେ ରାଉରକେଲାର ଏରୋଡ୍ରମ ପଡ଼ିଆରେ ହେବ ସାଧାରଣ ସଭା ।  ଏହି ସଭାରେ ବ୍ରାହ୍ମଣୀରେ ଦ୍ବିତୀୟ ବ୍ରିଜ୍ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲ କଥା ଉଠାଇ ବିଜେପିକୁ ଦିଲ୍ଲୀପ ରାୟ ଦେଇଥିବା ଜଖମରେ ଲୁଣ ଛିଞ୍ଚି ପାରନ୍ତି ରାହୁଲ୍ ।

{"id":82236,"width":594,"height":385}

କଂଗ୍ରେସ ଅଧ୍ୟକ୍ଷଙ୍କ ପଶ୍ଚିମ ଓଡ଼ିଶା ଗସ୍ତ କରୁଥିବା ବେଳେ ପାରାଦୀପ ଓ ଢେଙ୍କାନାଳରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ୩ କେନ୍ଦ୍ର ମନ୍ତ୍ରୀ। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ, ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ ।  ଆଇଓସିଏଲର ତୈଳ ବିଶୋଧାନଗାରରେ ପଲିପ୍ରପଲିନ୍ କାରଖାନାର ଉଦଘାଟନ, ପାରାଦୀପ ବନ୍ଦରରେ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଗଡ଼କରୀ । ଏହା ସହ ନୂଆ NH 53ର  ୪ଲେନ୍‌କରଣର ମଧ୍ୟ ଶିଳାନ୍ୟାସ କରିବେ ।  ଏଥିସହିତ ଭୁବନେଶ୍ବରରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ଗଡ଼କରୀ ।

{"id":82237,"width":593,"height":398}

ସେପଟେ ବିଜେଡି ବି ରଖିଛି ମିଶ୍ରଣ ପର୍ବ। ତିଆରି ହୋଇଛି ନବ ଦାସ ବେଳର ସ୍କ୍ରିପ୍ଟ । ରାହୁଲଙ୍କ ସୋ ବେଳେ ନବୀନ ନିବାସରେ ବିଜେଡିରେ ମିଶିବେ ନିକଟରେ ବିଧାୟକ ପଦରୁ ଇସ୍ତଫା ଦେଇଥିବା ସୁନ୍ଦରଗଡ଼ର କଂଗ୍ରେସ ନେତା ଯୋଗେଶ ସିଂ ।  ଯୋଗେଶ ଶଙ୍ଖ ଧରିଲେ କିଛି ପ୍ରଭାବ ପଡ଼ିବନି ବୋଲି  ଦୋହରାଇଛନ୍ତି କଂଗ୍ରେସ ନେତାଏ।

କାଲିଠାରୁ ଜୋର ଧରୁଛି  ନିର୍ବାଚନ ଆକ୍ସନ।  ବିଜେପି ତ ନେତାଙ୍କ ଗସ୍ତର ଲମ୍ବା ତାଲିକା ତିଆରି କରିଛି। ଆସନ୍ତା ୧୫ରେ ପୁଣି ଆସିବେ ଅମିତ ଶାହା। ସମ୍ବଲପୁରରେ କର୍ମୀ ସମ୍ମିଳନୀରେ ଯୋଦ ଦେବେ।  ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼ ଓ ଢେଙ୍କାନାଳ ଲୋକସଭା ମଣ୍ଡଳୀର ବୁଥ୍ ସ୍ତର ଯାଏଁ କାର୍ଯ୍ୟକର୍ତ୍ତାଙ୍କୁ ଏକାଠି କରିବ ଦଳ ।

କାଲି ପଶ୍ଚିମଠାରୁ ନେଇ ଉପକୂଳ ଯାଏଁ ୩ ଦଳର କାର୍ଯ୍ୟକ୍ରମରେ କମ୍ପିବ ଓଡ଼ିଶା । ଗୋଟିଏ ଦିନରେ ସବୁ ଦଳର ପ୍ରମୁଖ କାର୍ଯ୍ୟକ୍ରମ ଦେଖି ଲାଗୁଛି, ନିର୍ବାଚନ ଯାଏଁ କେହି କାହାକୁ ଟିକେ ବି ସ୍ପେଶ୍ ଦେବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.