ବିଜେପୁର ନିର୍ବାଚନକୁ ଆଉ ମାତ୍ର ୯ଦିନ ବାକି : ୩ପ୍ରମୁଖ ଦଳର ଜମୁଛି ପ୍ରଚାର

Published By : Prameya-News7 Bureau | October 11, 2019 IST

ବିଜେପୁର ୧୧।୧୦: ବିଜେପୁର ନିର୍ବାଚନକୁ ଆଉ ମାତ୍ର ୯ ଦିନ । ସେଥିପାଇଁ ଆଜିଠୁ ଆରମ୍ଭ ହୋଇଛି ଘମାଘୋଟ ପ୍ରଚାର । ସବୁ ଦଳର ହେଭିୱେଟ୍‌ ଏବେ ବିଜେପୁରରେ ଡେରା ପକାଇଛନ୍ତି ।

{"id":168800}

ବିଜେପି ପ୍ରାର୍ଥୀ ସତନ ଗଡତିଆଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗାଇସିଲେଟରେ ସାଧାରଣ ସଭା କରି ପ୍ରଚାର ଆରମ୍ଭ କରିଥିବା ବେଳେ ବରପାଲିରେ ପ୍ରଚାର କରିଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ । ତାଙ୍କ ସହ ଅଛନ୍ତି ସଞ୍ଜୟ ଦାସବର୍ମା, ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା କରିଛନ୍ତି ।

{"id":168801}

ବରପାଲି ବ୍ଲକର ୫ଟି ପଞ୍ଚାୟତ ତିନିକାନି, ଆଗଲପୁର, ରକ୍ସା, ତିଲେଇମାଲ, ବହଦାର ୨୩ଟି ଗାଁ ବୁଲି ରୋଡ୍ ସୋ’ ଓ ଘରକୁ ଘର ଯାଇ ନିଜ ସପକ୍ଷରେ ଭୋଟ୍ ପାଇଁ ଭୋଟରଙ୍କୁ ନିବେଦନ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.