Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

କିଏ କାହାକୁ ମାତ୍ ଦେବ ସେଇ ଛକାପଞ୍ଝାରେ ତିନି ଦଳ, ସରୁନି ଦଳ ଡିଆଁ

21/03/2019 at 5:38 PM

ଭୁବନେଶ୍ବର ୨୧|୩ : ରାଜ୍ୟ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । କିଏ କେଉଁ ଦଳ ଛାଡି କେଉଁ ଦଳକୁ ଡିଆଁ ମାରୁଛନ୍ତି ତାହା ଆକଳନ କରି ହେଉନି । ପ୍ରତିଦିନ ଦଳ ଡିଆଁ ଖବର ସାମ୍ନାକୁ ଆସୁଛି । ବିରୋଧ ବି କିଛି କମ୍ ହେଉନି । ପ୍ରଥମ ଓ ଦ୍ବୀତିୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇସାରିଥିବା ବେଳେ ସବୁଦଳଙ୍କ ଭିତରେ ଛକାପଞ୍ଛା ରାଜ୍ୟ ରାଜନୀତିକୁ ରୋଚକ କରିଛି ।

ଜମୁଛି ରାଜନୀତି। କିଏ କାହାକୁ ମାତ୍ ଦେ​‌ବ ସେଇ ଛକାପଞ୍ଝାରେ ତିନି ଦଳ । କିଏ ଟିକେଟ ପାଇବ, କାହାର ପତ୍ତା କଟିବ, କିଏ ଦଳ ଡେଇଁ ଅନ୍ୟ ଦଳରୁ ଟିକେଟ ହାତେଇବ- ତାକୁ ନେଇ ନୀତି ଅଙ୍କକଷା ଚାଲିଛି । ବିଜେଡି ଦୁଇ ପର୍ଯ୍ୟାୟ ଟିକେଟ ଘୋଷଣା କରିଥିଲେ ବି ସେଥିରୁ ୯ ବିଧାନସଭା ଆସନ ଏବେ ବି ଝୁଲାଇ ରଖିଛି । କୁହାଯାଉଛି ସେହି ସ୍ଥାନରୁ କିଏ ଲଢ଼ିବେ ସେମାନଙ୍କୁ ସଙ୍କେତ ଦିଆସରିଛି । ବିଦ୍ରୋହୀଙ୍କୁ ଚକମା ଦେବାକୁ କେବଳ ନାଁ ଘୋଷଣା ବାକି ରହିଛି ।

ସେପଟେ ବିଜେପି ଏକପାଖିଆ ମିଶ୍ରଣରେ ମାତିଛି । ଯିଏ କଂଗ୍ରେସ ଓ ବି​‌ଜେଡି ଛାଡୁଛନ୍ତି ତାଙ୍କ ପାଇଁ ବିଜେପି ଦୁଆର ଖୋଲା । କଂଗ୍ରେସର ପୂର୍ବତନ ବିଧାୟକ ଦେବୀ ଚାନ୍ଦ ଇସ୍ତଫା ଦେବାପରେ ପଦ୍ମ ଧରିବେ ବୋଲି ଆଲୋଚନା ହେଉଛି । ସେହିଭଳି ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ନାଁ ବି ଉଠୁଛି । ଆଜି ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦ ଶଙ୍ଖ ଛାଡି ପଦ୍ମ ପୋଖରୀକୁ ଲମ୍ଫ ଦେଇଛନ୍ତି । ସେପଟେ ବିଜେଡିରୁ ଇସ୍ତଫା ଦେଇଥିବା ପ୍ରତ୍ୟୁଷା ରାଜେଶ୍ବରୀ କଂଗ୍ରେସରେ ମିଶିବାକୁ ସଜବାଜ ହେଉଛନ୍ତି ।

ସେପଟେ ଟିକେଟ ପାଇଁ ଆଶାୟୀଙ୍କ ଲମ୍ବା ଲାଇନ୍ ସବୁଦଳ ପାଇଁ ବଡ ଚ୍ୟାଲେଞ୍ଜ ହେଲାଣି । ନବୀନ ନିବାସରେ ଆଶାୟୀଙ୍କ ଭିଡ କମୁନି । କଣ୍ଟାବାଞ୍ଝି ବିଧାୟକ ଆୟୁବ ଖାଁଙ୍କ  ଟିକେଟ କଟିବା ପରେ ତାଙ୍କ ସମର୍ଥକ ନବୀନ ନିବାସ ଆଗରେ ନାରାବାଜି କରିଛନ୍ତି । କାକଟପୁର ବିଧାୟକ ସୁର ସେଠୀ ଓ ପୂର୍ବତନ ବିଧାୟକ ରବି ମଲ୍ଲିକ ପରସ୍ପର ବିରୋଧରେ ନବୀନ ନିବାସରେ ଫେରାଦ ହୋଇଛନ୍ତି । ସେପଟେ ବୌଦ୍ଧ ବିଧାନସଭା ସିଟକୁ ସିପିଆଇକୁ ଦେବା ପ୍ରତିବାଦରେ କଂଗ୍ରେସ ନେତାଏ ପିସିସି ସଭାପତିଙ୍କ ଘର ଆଗରେ ଧାରଣା ଦେଇଛନ୍ତି । ଭଞ୍ଜନଗର ଓ ବାଲିଗୁଡାରେ ମନୋନିତ ପ୍ରାର୍ଥୀଙ୍କୁ ବିରୋଧ କରିଛନ୍ତି ସ୍ଥାନୀୟ କଂଗ୍ରେସ ନେତା । ସେପଟେ ବିଜେପି ଅନ୍ୟଦଳରୁ ଏତେ ନେତାଙ୍କୁ ଆଣି ମିଶାଉଥିବାରୁ ଦଳ ପାଇଁ ଏହା ସମସ୍ୟା ହେବନି ତ ବୋଲି ପ୍ରଶ୍ନ ଉଠିଲାଣି ।

ଟିକେଟ ବଣ୍ଟନ ପ୍ରକ୍ରିୟାରୁ ରାଜ୍ୟ ରାଜନୀତି କେତେ ହଲଚଲ ହେଉଛି ତାହା ସ୍ପଷ୍ଟ ହୋଇଗଲାଣି । ଆଗକୁ ମହାସମର ବାକି ।

   Related Posts