ପୋଲିସ କବ୍‌ଜାରେ ୩ ହାଇଓ୍ୱା ଲୁଟେରା ଗିରଫ

Published By : Prameya-News7 Bureau | June 06, 2020 IST

ଆନନ୍ଦପୁର ୦୬।୦୬:  ୩ ହାଇଓ୍ୱା ଲୁଟେରାଙ୍କୁ ଗିରଫ କଲା ପୋଲିସ ।  ଆନନ୍ଦପୁର ୨୦ ନଂ ଜାତୀୟ ରାଜପଥରେ ଯାତାୟତ କରୁଥିବା ଟ୍ରକ୍ ମାନଙ୍କରୁ ଲୁଟ୍‌ ଘଟଣାରେ ସାମିଲ ଥିଲେ । ତେବେ ଗିରଫ ହୋଇଥିବା ୩ ଲୁଟେରା - ଯାଜପୁର ଜିଲ୍ଲା କୋରେଇ ଥାନାର ବିକାଶ ଲୋହାର, କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ପଦନା ଅଞ୍ଚଳର ପିଙ୍କୁ ସାହୁ ଓ ସତ୍ୟବ୍ରତ ମହାନ୍ତି ବୋଲି ଜଣାପଡିଛି ।

{"id":281942,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗିରଫ ଅଭିଯୁକ୍ତମାନେ ଗତକାଲି ବେଲବାହାଳି ନିକଟରେ ରାହାଜାନି କରୁଥିବା ପୋଲିସ ଖବରପାଇଥିଲା । ଘସିପୁରା ଥାନା ପୋଲିସ୍ ଚଢାଉ କରିଥିଲା । କିନ୍ତୁ ଘଟଣା ସ୍ଥଳରୁ ବିକାଶକୁ ଗିରଫ କରିଥିବା ବେଳେ ଅନ୍ୟମାନେ ଖସିପଳାଇଥିଲେ , ପରେ ସଂପୃକ୍ତ ଅନ୍ୟ ଦୁଇଜଣଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ୍ । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ବେଲବାହାଳି କୂଶେଇ ପୋଲ ନିକଟରେ ନିୟମିତ ଜାମ୍‌ର ସୂଯୋଗ ନେଇ ଏମାନେ ଲୁହାପଥର ପରିବହନ ନିୟୋଜିତ ଟ୍ରକ୍ ଡ୍ରାଇଭରଙ୍କୁ ଭୟଭୀତ କରି ଟଙ୍କା ଲୁଟିନେଇଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.