କଟକରେ ରହସ୍ୟଜନକ ସିରିଜ ମର୍ଡର : ୨୪ଘଣ୍ଟା ଭିତରେ ଗୋଟିଏ ଶୈଳୀରେ ତଣ୍ଟିକାଟି ୩ଜଣଙ୍କୁ ହତ୍ୟା, ଟାର୍ଗେଟରେ ଫୁଟପାଥରେ ଶୋଉଥିବା ଲୋକେ…

Published By : Prameya-News7 Bureau | July 24, 2019 IST

କଟକ ୨୪|୭: ଅଶାନ୍ତ ସିଲଭରସିଟି । ୨୪ ଘଣ୍ଟା ଭିତରେ କଟକ ସହରରେ ଘଟିଲାଣି ତିନି ତିନିଟି ବିଭତ୍ସ ହତ୍ୟାକାଣ୍ଡ । ହତ୍ୟାକାରୀ କିଏ, କାହିଁକି ଏଭଳି ଜଘଣ୍ୟ କାଣ୍ଡ ଭିଆଉଛି ?  ନରହନ୍ତାକୁ ଠାବ କରିବାରେ ପୁଲିସ ବି ଫେଲ୍ ମାରିଛି । ତେବେ  ଘଟଣା ସ୍ଥଳ ପରିଦର୍ଶନ ପରେ ଖୁବଶୀଘ୍ର ହତ୍ୟାକାରି ପୁଲିସ ପଞ୍ଝାକୁ ଆସିବ ବୋଲି କହିଛନ୍ତି ପୁଲିସ କମିଶନର ।

{"id":136737}

କଟକରେ ମାତିଛନ୍ତି ତଣ୍ଟିକଟା ଅପରାଧୀ ।୨୪ ଘଣ୍ଟା ଭିତରେ ସହରରେ ଗଡିଲାଣି ତିନି ତିନିଟି ମୁଣ୍ଡ । ବିଳମ୍ବିତ ରାତ୍ରୀରେ ଅପରାଧୀ ଘଟାଉଛନ୍ତି ବିଭତ୍ସ ହତ୍ୟାକାଣ୍ଡ ।ହତ୍ୟା ପଛର କାରଣ କଣ ? କିଏ ଖେଳୁଛି ରକ୍ତର ହୋଲି ? ତାହା କିନ୍ତୁ ଅସ୍ପଷ୍ଟ । ହତ୍ୟାକାରୀ ଜଣେ ନା ଏକାଧିକ ବ୍ୟକ୍ତି, ତାହା ବି କହିବା ମୁସ୍କିଲ । ୩ଜଣ ସାଧାରଣ ଲୋକ ହତ୍ୟାର ଶିକାର ହୋଇଥିବା ବେଳେ ସମସ୍ତଙ୍କ ତଣ୍ଟିକୁ କାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ।

{"id":136871}

ମଙ୍ଗଳବାର ସକାଳୁ ରାଣୀହାଟ ପୋଲ ନିକଟରେ ଜଣ ଶ୍ରମିକଙ୍କୁ  ତଣ୍ଟିକାଟି ହତ୍ୟା କରାଯାଇଥିଲା ।ଆଜି ସକାଳୁ ଓଏମ୍‌ ପି ଛକ ନିକଟରୁ ପୁଣି ସେହିଭଳି ଅବସ୍ଥାରେ ଏକ ମୃତଦେହ ମିଳିଛି । ସେହିପରି ଏସ୍‌ସିବି ମେଡିକାଲ କାର୍ଡିଓଲୋଜି ଡିପାର୍ଟମେଣ୍ଟ ଆଗରେ ମଧ୍ୟ ଜଣଙ୍କୁ ତଣ୍ଟିକାଟି ହତ୍ୟା କରାଯାଇଛି । ତାଙ୍କୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର କରାଯାଇ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ସେ ଆଖି ବୁଜିଛନ୍ତି ।

{"id":136736}

ସିଲଭରସିଟିରେ ସିରିଜ୍ ହତ୍ୟାକାଣ୍ଡ ସାଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି । ଲୋକଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ପୁଲିସ କମିଶନର କହିଛନ୍ତି ଏହା କୌଣଷି ମାନସିକ ବିକାରଗସ୍ତ ବ୍ୟକ୍ତିର କାମ ହୋଇଥାଇପାରେ । ହତ୍ୟାର ଶୀକାର ହୋଇଥିବା ୩ ଜଣଙ୍କ ଭିତରୁ ୨ ଜଣଙ୍କ ପରିଚୟ ପାଇଛି ପୁଲିସ । ହେଲେ ହତ୍ୟାକାରୀକୁ ଠାବ କରାଯାଇନାହିଁ । ସୁରକ୍ଷା ଦୃଷ୍ଟିରୁ ନାଇଟ୍‌ ପାଟ୍ରୋଲିଂ କଡାକଡି କରିବା ଉପରେ ଗୁରୁତ୍ବ ଦେଇଛନ୍ତି ପୁଲିସ କମିଶନର ।

{"id":136872}

ଟାର୍ଗେଟରେ ଫୁଟପାଥ୍‌ରେ ରାତି ବିତାଉଥିବା ବ୍ୟକ୍ତି । ଏସବୁ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଉପରୁ କେବେ ହଟିବ ପରଦା ? କେବେ ଧରାପଡିବେ ହତ୍ୟାକାରୀ ? ଅପରାଧୀଙ୍କ ଚରାଭୁଇଁ ପାଲଟିଥିବା କଟକରେ କେମିତି ଫେରିବ ଶାନ୍ତି ? ଅପରାଧ ରୋକିବା ଏବଂ ଅପରାଧୀକୁ ଠାବ କରିବା ଏବେ ପୁଲିସ ପାଇଁ ବଡ ଚ୍ୟାଲେଞ୍ଜ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.