ପୋଲିସର ଦବଙ୍ଗଗିରି : ମହିଳାଙ୍କୁ ବାଇକରେ ବାନ୍ଧି ଘୋଷାଡ଼ିନେଲେ, ଭିଡିଓ ଭାଇରାଲ ପରେ ୩ ପୋଲିସକର୍ମୀ ଗିରଫ

Published By : Prameya-News7 Bureau | June 12, 2020 IST

ନୈରାବୀ ୧୨/୦୬ : ନିକଟରେ ସୋସିଆଲ ମିଡ଼ିଆରେ ଏକ ଭିଡି ଭାଇରାଲ ହୋଇଛି | ଭିଡିଓରେ କେନିୟା ପୋଲିସର ଅତ୍ୟନ୍ତ କୃର ରୂପ ଦେଖିବାକୁ ମିଳିଛି  ଜଣେ ପୋଲିସକର୍ମୀ ଜଣେ ମହିଳାଙ୍କୁ ବାଇକରେ ରଶିରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଉଥିବା ଭିଡିଓରେ ଦେଖିବାକୁ ମିଳିଛି | କେହି ଜଣେ ଏହି ଘଟଣାର ଭିଡିଓ ସୁଟିଂ କରିଦେଇଥିଲେ ଏବଂ ଏହି ଭିଡିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେଇଥିଲେ | ଭିଡିଓ ଭାଇରାଲ ହେବାପରେ ଏହି ଘଟଣାକୁ ନିନ୍ଦା କରାଯାଇଛି | ମାମଲା ପ୍ରଶାସନ ପର୍ଯ୍ୟନ୍ତ ପହଞ୍ଚିବା ପରେ ୩ ପୋଲିସକର୍ମୀଙ୍କୁ ଗିରଫ କରାଯାଇଛି |

{"id":285272,"width":585,"height":328,"sizeSlug":"large"}

ଡ଼ିସିଆଇ କେନିୟାର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଳରୁ ଜୁନ ୧୧ ତାରିଖରେ ଏକ ଟ୍ୱିଟ କରାଯାଇଥିଲା | କୁରେସିଆ ଦକ୍ଷିଣ ସବ-କାଉଣ୍ଟିରେ ଜଣେ ମହିଳାଙ୍କୁ ବାଇକରେ ବାନ୍ଧି ଘୋଷାଡ଼ି ନିଆଯାଇଛି | ଘଟଣାର ଭିଡିଓ ଭାଇରାଲ ହେବାପରେ ୩ ଜଣ ପୋଲିସକର୍ମୀଙ୍କୁ ଗିରଫ କରାଯାଇଛି | ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି |

ସୂଚନା ଅନୁଯାୟୀ, ଦେଢ଼ ମିନିଟର ଏହି ଭିଡିଓରେ ଜଣେ ପୋଲିସକର୍ମୀ ମହିଳାଙ୍କୁ ଘୋଷାଡ଼ି ନେଉଥିବାବେଳେ ଅନ୍ୟମାନେ ମହିଳାଙ୍କୁ ମାଡ ମାରୁଥିଲେ | ମହିଳାଙ୍କୁ ଏତେ ଜୋରରେ ଘୋସଡୁଥିଲେ ଯେ ତାଙ୍କ ପିନ୍ଧିଥିବା ଡ୍ରେସ ମଧ୍ୟ ଫାଟି ଯାଇଥିଲା | ମହିଳା ଜଣଙ୍କ ଜଣେ ପୋଲିସକର୍ମୀଙ୍କ ଘରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା | ଯାହାଫଳରେ ପୋଲିସକର୍ମୀ ରାଗିଯାଇ ମହିଳାଙ୍କୁ ଏହିଭଳି ଅତ୍ୟାଚାର କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.