ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ

Published By : Prameya-News7 Bureau | April 20, 2021 IST

ଭୁବନେଶ୍ବର ୨୦।୪: କୋଭିଡ୍ କଟକଣା ଉଲଂଘନ ଅଭିଯୋଗରେ ସିଲ୍ ହେଲା ଶିକ୍ଷାନୁଷ୍ଠାନ । ବିଏମସି ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଭୁବନେଶ୍ବର ୟୁନିଟ୍-୩ ସ୍ଥିତ ଭାରତୀୟ ବିଦ୍ୟା ଭବନକୁ ବିଏମସି ପକ୍ଷରୁ ସିଲ୍ କରାଯାଇଛି । କୋଭିଡ୍ କଟକଣାକୁ ଉଲଂଘନ କରି ଅଫଲାଇନରେ ଚାଲିଥିଲା ପରୀକ୍ଷା । ବିଏମସି ପକ୍ଷରୁ ଚଢାଉ କରାଯାଇ ସିଲ୍ କରାଯାଇଛି । ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

{"id":441317,"width":838,"height":628,"sizeSlug":"large","linkDestination":"none"}

ସେହିପରି ନୟାପଲ୍ଲୀରେ ଦୁଇଟି ଶିକ୍ଷାନୁଷ୍ଠାନକୁ ବିଏମସି ସିଲ୍ କରିଛି । କୋଭିଡ୍ କଟକଣା ଉଲଂଘନ ଅଭିଯୋଗରେ ଅଦ୍ବିତୀୟ ଓ କଳିଙ୍ଗ ଏକାଡେମୀକୁ ସିଲ୍ କରାଯାଇଛି ।

{"id":441318,"width":838,"height":629,"sizeSlug":"large","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ସପ୍ତାହନ୍ତ ସଟ୍ ଡାଉନ୍ ଘୋଷଣା କରାଯାଇଛି । କୋଭିଡ୍ ନିୟମ ମାନି ଚଳିବାକୁ ବାରମ୍ବାର ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି । ଏତେ ସବୁ ପରେ ବି କିଛି ଅମାନିଆ କୋଭିଡ୍ ନିୟମକୁ ଉଲଂଘନ କରୁଛନ୍ତି । ଏଥିପାଇଁ ବିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.