ଭୁଷୁଡି ପଡିଲା ଘରର କାନ୍ଥ, ଦୁଇ ଜଣ ମହିଳା ଓ ଜଣେ ଯୁବତୀ ଆହତ

Published By : Prameya-News7 Bureau | September 29, 2019 IST

ଟାଂଗୀ ୨୯।୯: କାନ୍ଥ ଭୁଷୁଡି ୩ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଜଣେ ଯୁବତୀ ଥିବା ଜଣାପଡିଛି । ଆହତମାନଙ୍କୁ ପ୍ରଥମେ ଟାଂଗୀ ଓ ପରେ ଭୁବନେଶ୍ବର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

{"id":164044}

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ନିଜ ଘରର ବାରିରେ ଶୌଚ ଏବଂ ସଫେଇ କାର୍ଯ୍ୟ କରୁଥିବା ବେଳେ ହଠାତ୍ ଘରର କାନ୍ଥ ଭୁଷୁଡି ପଡିଥିଲା । ଫଳରେ ଦୁଇ ଜଣ ମହିଳା ଓ ଜଣେ ଯୁବତୀ ଆହତ ହୋଇଛନ୍ତି । ଆହତମାନଙ୍କୁ ପ୍ରଥମେ ଟାଂଗୀ ଓ ପରେ ଭୁବନେଶ୍ବର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆହତମାନେ ହେଉଛନ୍ତି ନଳିନୀ ପରିଡା (୪୭), ଡଲି ପରିଡା (୨୨), ମମତା ପରିଡା (୩୦) ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.