ଘରେ ଶୋଇଥିବା ବେଳେ ଭୁଶୁଡି ପଡିଲା କାନ୍ଥ, ଦୁଇ ଭାଇ ଓ ଭଉଣୀ ଗୁରୁତର

Published By : Prameya-News7 Bureau | August 06, 2019 IST

ମାଲକାନଗିରି ୬|୮: ମାଲକାନଗିରି ବୁଟିଗୁଡା ଗାଁରେ ଅଘଟଣ ଘଟିଛି । କାନ୍ଥ ଭୁଶୁଡ଼ି ଦୁଇ ଭାଇ ଓ ଭଉଣୀ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତମାନେ ହେଲେ ଅଟୋ ଚାଳକ ମନୋଜ ନାୟକଙ୍କ ୧୫ ବର୍ଷର ପୁଅ ଅନିରୁଦ୍ଧ, ୧୨ ବର୍ଷର ଝିଅ ଅନ୍ନପୂର୍ଣ୍ଣ ଓ ୯ ବର୍ଷର ପୁଅ କ୍ଷୀତିଶ ।

{"id":141481}

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ତିନି ପିଲା ମାଆଙ୍କ ସହ ଘରେ ଶୋଇଥିବା ବେଳେ ରାତି ୩ ଟାରେ ସେମାନଙ୍କ ଉପରେ କାନ୍ଥ ଭୁଶୁଡି ପଡିଥିଲା । ଚିତ୍କାର ଶୁଣି ସାହି ଲୋକେ ସେଠାରେ ପହଞ୍ଚି ଗୁରୁତରମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ । ମାଲକାନଗିରି ଜିଲ୍ଲାରେ ବନ୍ୟା ପରେ ପରେ ମନୋଜଙ୍କ ଘର କାନ୍ଥ ଦୁର୍ବଳ ହୋଇପଡ଼ିଥିଲା । ଫଳରେ ତାହା ଭୁଶୁଡି ପଡିଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.