ଅଟୋ ସହ ସ୍କୁଟି ମୁହାଁମୁହିଁ ଧକ୍କା ; ୩ଜଣ ଗୁରୁତର
31/08/2018 at 12:26 AM

ବାଲେଶ୍ବର ୩୧|୮: ବାଲେଶ୍ବର ଜିଲ୍ଲା ସୋର ୧୬ନଂ ଜାତୀୟ ରାଜପଥ ବାରିକପୁରଠାରେ ଏକ ଅଟୋ ସହିତ ସ୍କୁଟିର ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତରମାନେ ହେଲେ ଲିଗଂପଡା ଗ୍ରାମର ଖଜୁଆ ସାହୁ, ରୁନୁ ସେଠୀ ଓ ତୃପ୍ତିମୟୀ ସେଠୀ । ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ୩ ଜଣ ସ୍କୁଟି ଯୋଗେ ବାଲେଶ୍ବର ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ଅଟୋ ସହିତ ଧକ୍କା ହୋଇଥିଲା । ଫଳରେ ୩ଜଣ ଗୁରୁତର ହୋଇଛନ୍ତି ।