କାଳବୈଶାଖୀ ତାଣ୍ଡବ : ବଜ୍ରପାତରେ ୩ ଗୁରୁତର, ୭ ବଖରା ଘର ପୋଡି ପାଉଁଶ

Published By : Prameya-News7 Bureau | June 06, 2019 IST

ସୋର ୬|୬: ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରାଘାତ ହେବାରୁ ଦୁଇ ଜଣ ପୁରୁଷଙ୍କ ସହ ଜଣେ ମହିଳା ଗୁରୁତର ହୋଇଛନ୍ତି । ବସନ୍ତ ସେଠୀ ଓ ରମାକାନ୍ତ ଜେନା ଦୁହେଁ ବାରାଯୋଡିଲରେ ଥିବା ଏକ ପାନ ଦୋକାନରେ ବସିଥିବା ବେଳେ ବଜ୍ରାଘାତ ହୋଇଥିଲା । ଫଳରେ ସେମାନେ ଗୁରୁତର ହୋଇପଡିଥିଲେ ।

{"id":120067}

ସେପଟେ ବଡପୋଖରୀ ଗାଁର ମୀନତୀ ଜେନା ମଧ୍ୟ ବଜ୍ରାଘାତରେ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ପ୍ରଥମେ ଖଇରା ଡାକ୍ତରଖାନା  ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

{"id":120068}

ଅନ୍ୟପଟେ ସାନକମାରୀ ଗାଁରେ ଅଗ୍ନିକାଣ୍ଡ ଘଟି ୭ ବଖରା ଘର ପୋଡି ପାଉଁଶ ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.