Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ରାସ୍ତା ତଳକୁ ଓଲଟିଲା କାର୍ : ସ୍ବାମୀ ଗୁରୁତର, ସ୍ତ୍ରୀ ଓ ଶିଶୁ ପୁତ୍ର ଆହତ

2/06/2020 at 2:01 PM

ଆନନ୍ଦପୁର ୨।୬: ଆନନ୍ଦପୁର-ଭଦ୍ରକ ୫୩ ନଂ ରାଜ୍ୟ ରାଜପଥର ଚାରିନାଳିଆ ଛକ ନିକଟରେ ଭାରସାମ୍ୟ ହରାଇ ଏକ କାର୍ ରାସ୍ତା ତଳକୁ ଓଲଟି ପଡିଛି । ଦୁର୍ଘଟଣା ପରେ କାର ମଧ୍ୟରେ ଫସିରହିଥିବା ସ୍ବାମୀ,  ସ୍ତ୍ରୀ ଓ ଶିଶୁ ପୁତ୍ରକୁ ସ୍ଥାନୀୟ ଯୁବକମାନେ କାଚ ଭାଙ୍ଗି ଉଦ୍ଧାର କରିଥିଲେ । ପରେ ସମସ୍ତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଦୁର୍ଘଟଣାରେ ସ୍ବାମୀ ଗୁରୁତର ଥିବାବେଳେ ସ୍ତ୍ରୀ ଓ ଶିଶୁ ପୁତ୍ର ସାମାନ୍ୟ ଆହତ ହୋଇଛନ୍ତି ।

ପଛ ସିଟରେ ବସିଥିବା ପୁଅ ବାନ୍ତି କରିବାରୁ ଗାଡିଚଳାଉଥିବା ବାପାଙ୍କ ଅନ୍ୟମନସ୍କତା ଯୋଗୁଁ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଯାଜପୁର ଜିଲ୍ଲା ଜଖପୁରା ଥାନା ମୁକୁନ୍ଦପୁର ଗାଁର ସଂଗ୍ରାମ ସାହୁ, ସ୍ତ୍ରୀ ଶୁଭଶ୍ରୀ ଓ ୩ ବର୍ଷର ଶିଶୁପୁତ୍ରକୁ ଧରି ନନ୍ଦିପଦା ଥାନ ସଙ୍ଖୋ ଗାଁରେ ଥିବା ଶ୍ବଶୁରଘରକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

   Related Posts