ଭାରସାମ୍ୟ ହରାଇ ରାସ୍ତା କଡ ନାଳକୁ ଖସିଲା କାର୍, ଗୋଟିଏ ପରିବାରର ୩ ଗୁରୁତର

Published By : Prameya-News7 Bureau | September 15, 2019 IST

ସୋର ୧୫।୯: ଭାରସାମ୍ୟ ହରାଇ ରାସ୍ତା କଡ ନାଳକୁ ଖସିପଡିଲା କାର୍ । ଫଳରେ ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":158097}

ସୂଚନାଯୋଗ୍ୟ ଯେ ବାଲେଶ୍ବର ଜିଲ୍ଲା ସୋର ଥାନା ଜାତୀୟ ରାଜପଥ ୧୬ ଦହିସଡା ନିକଟରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ବାପା ଝିଅଙ୍କ ସମେତ ଜଣେ ସମ୍ପର୍କୀୟ ସୋର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କାରଟି ଦ୍ରୁତ ଗତିରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକ ଗୁରୁତରମାନଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.