Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଗଛରେ ପିଟିହେଲା ବାଇକ୍, ୩ ଯୁବକ ଗୁରୁତର

28/01/2020 at 8:03 AM

ଭୁବନ ୨୮।୧:  ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ୩ ଯୁବକ । ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍ । ୩ ଯୁବକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କୁମୁର୍ଶିଙ୍ଗା ଗ୍ରାମ ନିକଟରେ ଦୁର୍ଘଟଣା ଘଟିଛି । ୩ ଯୁବକ ଏକ  ଓଡି୦୬-ଏଫ-୬୧୬୨ ନମ୍ବର ବିଶିଷ୍ଟ ବାଇକ୍ ଯୋଗେ ଭୁବନ ଥାନା ଅଞ୍ଚଳକୁ ଜଣେ ବନ୍ଧୁ ଘରକୁ ଯାଇ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣା ହୋଇଛି । ଗୁରୁତର ୩ ଜଣଙ୍କୁ ଭୁବନ ଅଗ୍ନିଶମ ବିଭାଗ ଘଟଣାସ୍ଥଳରୁ ଉଦ୍ଧାର କରି ଭୁବନ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ୩ ଯୁବକ ହେଲେ  ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ କୁହିକା ଗ୍ରାମର ପ୍ରହଲ୍ଲାଦ ଦେହୁରୀ, ଜ୍ଞାନ ଦେହୁରୀ ଏବଂ ରାଜୀବ ନାୟକ । ରାଜୀବର ଡାହାଣ ଗୋଡ ଭାଙ୍ଗିରାଇଥିବା ବେଳେ ପ୍ରହଲ୍ଲାଦର ବାମ ଗୋଡଟି ଭାଙ୍ଗିଯାଇଥିବା ଡାକ୍ତର କହିଛନ୍ତି । ଡାକ୍ତରଖାନାରେ ଭୁବନ ପୋଲିସ ପହଞ୍ଚି ତଦନ୍ତ କରିଛି ।

   Related Posts