ହାଇଓ୍ବାକୁ ପିଟିଲା ବାଇକ୍, ୩ ବାଇକ୍ ଆରୋହୀ ଗୁରୁତର

Published By : Prameya-News7 Bureau | June 21, 2019 IST

ଟିଟିଲାଗଡ ୨୧|୬: ଟିଟିଲାଗଡ ସହର ମୁଖ୍ୟ ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ବାଇକ୍-ହାଇୱା ମଧ୍ୟରେ ଦୁର୍ଘଟଣା ଘଟିଛି । ରାତି ପ୍ରାୟ ୧୧ଟା ୩୦ ସମୟରେ ୫୯ ରାଜପଥ ଦେଇ ଆସୁଥିବା ହାଇୱାକୁ ତିନି ଜଣ ଯୁବକ ଗୋଟିଏ ବାଇକରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ପିଟିଦେଇଥିଲା । ସେମାନଙ୍କୁ ପ୍ରଥମେ ଟିଟିଲାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଯୁବକମାନେ ହେଲେ ଟିଟିଲାଗଡ ସହରର ସୁଜନ ମହାକୁର, ରିତେଶ ସାହୁ, କିରନ ରାୟ । ଦୁର୍ଘଟଣା ପରେ ରାସ୍ତାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଯାଇଥିଲା । ତାପରେ ପୋଲିସ ପହଞ୍ଚି ନିୟନ୍ତ୍ରଣ କରିଥିଲା । ଦୁର୍ଘଟଣା ପରେ ହାଇଓ୍ବା ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ପରେ ହାଇଓ୍ବାକୁ ପୋଲିସ ଜବତ କରି ଅଧିକ ତଦନ୍ତ ଜାରି ରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.