ବାଇକ୍କୁ ପଛରୁ ପିଟିଲା କାର୍, ୩ ଗୁରୁତର ମେଡିକାଲରେ ଭର୍ତ୍ତି
10/08/2020 at 2:03 PM

ଚଣ୍ଡିଖୋଲ ୧୦।୮: ବାଇକ୍ କୁ ପଛପଟୁ ଧକ୍କା ଦେଲା କାର୍ । ଦୁର୍ଘଟଣା ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନା ଅନୁସାରେ ଆଜି ଭୋରୁ ୧୬ ନମ୍ବର ଜାତୀୟ ରାଜପଥ ଛତିଆ ନିକଟସ୍ଥ ଭାରତ ପେଟ୍ରୋଲ ପମ୍ପ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଓଡି୩୩ଏଏ୪୨୪୯ ନମ୍ବର ବିଶିଷ୍ଟ କାର୍ ଚଣ୍ଡିଖୋଲ ପଟୁ କଟକ ଆଡକୁ ଯାଉଥିଲା । ସେହି ସମୟରେ ଏକ ହୋଣ୍ଡା ସାଇନ୍ ମୋଟର ସାଇକେଲକୁ ପଛକୁ ଧକ୍କା ଦେଇଥିଲା । ଫଳରେ ବାଇକ୍ ଆରୋହୀ ସମେତ ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ । ଛତିଆ ପୋଲିସ ଗାଡି ୨ଟି ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।
Related Posts
ଯୋଗ୍ୟତାଭିିତ୍ତିରେ ଏଏନ୍ଏମ୍ଙ୍କୁ ମିଳିବ ନିଯୁକ୍ତି: ସ୍ବାସ୍ଥ୍ୟମନ୍ତ୍ରୀ
26 February 2021
ଗୃହରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଧମକ
26 February 2021