ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ୩ ଆହତ

Published By : Prameya-News7 Bureau | December 11, 2020 IST

ଦେବଗଡ ୧୧।୧୨: ବାଇକ୍ କୁ ଧକ୍କା ଦେଲା ଟ୍ରକ୍ । ଦେବଗଡ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର କାଲକାଠ ଛକଠାରେ ଦୁର୍ଘଟଣା । ଫଳରେ ତିନି ଜଣ ଆହତ ହୋଇଛନ୍ତି ।

ଦେବଗଡ ଜିଲ୍ଲା ରମ୍ଭେଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଜୁରୀ ବାହାଳ ଗ୍ରାମର ଗୁରୁଚରଣ ମୁଣ୍ଡାଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କ ଭାଇ ପହଲି ମୁଣ୍ଡା ଓ ପୁଅ ଅର୍ଜୁନ ମୁଣ୍ଡା ଏକ ସ୍କୁଟି ଯୋଗେ ତାଙ୍କୁ ନେଇ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିଲେ । ଅଧା ରାସ୍ତାରେ କାଲକାଠ ଛକଠାରେ ଅପରପାର୍ଶ୍ବରୁ ଆସୁଥିବା ଏକ ଦଶ ଚକିଆ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ତିନି ଜଣ ଆହାତ ହୋଇଛନ୍ତି । ପରେ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଆଣି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଫେରାର ହୋଇଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.