Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଷ୍ଟେସନ୍ ଆସିବା ବେଳେ ବାଇକ୍ ଦୁର୍ଘଟଣାଗ୍ରସ୍ତ, ବୃଦ୍ଧାଙ୍କ ସମେତ ୩ ଆହତ ମେଡିକାଲରେ ଭର୍ତ୍ତି

9/11/2021 at 11:07 AM

ଭଦ୍ରକ ୯।୧୧: ବାଇକ୍ ଯୋଗେ ଷ୍ଟେସନକୁ ଆସିବା ରାସ୍ତାରେ ଦୁର୍ଘଟଣା । ବାଇକ୍‌ରେ ଥିବା ଜଣେ ବୃଦ୍ଧାଙ୍କ ସହ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ । ଭଦ୍ରକ ରିଜର୍ଭ ପୋଲିସର ଏପିଆର ହାବିଲଦାର ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ଜନୈକା ବୃଦ୍ଧାଙ୍କୁ ତାଙ୍କ ସମ୍ପର୍କୀୟ ବାଇକ୍ ଯୋଗେ ଚରମ୍ପା ଷ୍ଟେସନକୁ ଆଣୁଥିଲେ । ସେଠାରୁ ଟ୍ରେନ୍ ଯୋଗେ କଟକ ମେଡିକାଲ ନେବାର ଥିଲା । ଯିବା ସମୟରେ କୌଣସି କାରଣ ବଶତଃ ବାଇକଟି ଡାହାଣୀଗଢିଆ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ୩ ଜଣ ଗୁରୁତର ହୋଇଥିଲେ । ଏହି ସମୟରେ ମର୍ଣ୍ଣିଂଓ୍ବାକ୍ କରୁଥିବା ଭଦ୍ରକ ରିଜର୍ଭ ପୋଲିସର ଏପିଆର ହାବିଲଦାର ତଥା ସାଂସଦଙ୍କ ପିଏସଓ ଅଶୋକ କୁମାର ବେହେରା ୩ ଜଣଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ।

   Related Posts