ଟ୍ରକ୍-ବାଇକ୍ ମୁହାଁମୁହିଁ ଧକ୍କା, ୩ ଗୁରୁତର
7/08/2019 at 5:03 PM

ଆନନ୍ଦପୁର ୭|୮: କେନ୍ଦୁଝର ଜିଲ୍ଲା ୨୦ ନଂ ଜାତୀୟ ରାଜପଥର ଶାଳପଡା ଛକଠାରେ ଟ୍ରକ୍-ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ବାଇକ୍ ଆରୋହୀ ୩ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ମାନେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖାରୀ ଥାନା ରହଣିଆଁ ଗାଁର କାଳନ୍ଦୀ ମାଝୀ, ଆରତ ମାଝୀ ଓ ରଂଜନ ମାଝୀ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଏମାନଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାରେ ଭର୍ତ୍ତି କରିଥିଲେ । ହେଲେ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ଥିବାରୁ ସମସ୍ତଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ସଂପୃକ୍ତ ଯୁବକମାନେ ଘଟଗାଁ ମା’ ତାରିଣୀ ଦର୍ଶନ ସାରି ଫେରୁଥିବା ସମୟରେ ଶାଳପଡା ଛକଠାରେ ସାମ୍ନାରୁ ଆସୁଥିବା ଏକ ଦଶଚକିଆ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ବର୍ଷ। ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।