ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ଜଳିଗଲା ଘର ; ୩ ଗୁରୁତର

Published By : Prameya-News7 Bureau | February 22, 2019 IST

ବାରଙ୍ଗ ୨୨|୨: ଗ୍ୟାସ୍ ସିଲିଣ୍ଡର ଲିକ୍‌ ହୋଇ ଜଳିଗଲା ଘର । ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଡମଣା ଗାଁ କନ୍ଦିସାହିର ଜିତୁ ସେଠୀଙ୍କ ଘରେ ଘଟିଛି ଅଘଟଣ  । ଜିତୁ ସେଠୀଙ୍କ ସହ ଜଣେ ମହିଳା ଓ ୪ ବର୍ଷର ଶିଶୁ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଦମକଳବାହିନୀ ଆସି ନିଆଁକୁ ଆୟତ କରିଛି । ୪ ବର୍ଷର ଶିଶୁକୁ ବଞ୍ଚାଇବାକୁ ଯାଇ ପଡୋଶୀ ମହିଳା ମଧ୍ୟ ଗୁରୁତର ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.