ଆସିକାରେ କାର୍ ଧକ୍କାରେ ଗୋଟିଏ ପରିବାରର ୩ଜଣ ଗୁରୁତର, ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର

Published By : Prameya-News7 Bureau | November 23, 2018 IST

ଆସିକା ୨୩|୧୧:   ଗଞ୍ଜାମ ଜିଲ୍ଲା ଆସିକା ବସଷ୍ଟାଣ୍ଡଠାରେ ଏକ ଅଭାବନୀୟ ଘଟଣା ଘଟିଛି । ସଡକ ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଛନ୍ତି । ଆସିକା ଋଷିକୂଲ୍ୟା ନଦୀରେ  ବୋଇତ ବନ୍ଦାଣ ପରେ ନିଜ ଗ୍ରାମ ମଣ୍ଟାପଡାକୁ ଫେରିବା ସମୟରେ ସଡ଼କ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ତିନି ଜଣ ଗୁରୁତର ହୋଇ ଆସିକା ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତରମାନେ ହେଲେ ପଞ୍ଚାନନ ନାହାକ ଓ ତାଙ୍କ ସ୍ତ୍ରୀ ଜହ୍ନିଫୁଲ ନାହାକ, ନାତି ଚନ୍ଦ୍ରଶେଖର ଦାଶ । ସ୍ଥାନୀୟଲୋକଙ୍କ ସୂଚନା ଅନୁଯାୟୀ ଏକ କାର୍ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ସମସ୍ତେ ଛିଟିକି ହୋଇ ରାସ୍ତା କଡ଼ରେ ପଡ଼ି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ପ୍ରଥମେ ଆସିକା ମେଡ଼ିକାଲକୁ ପଠାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ତାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.