ପୂର୍ବ ଶତ୍ରୁତାକୁ ନେଇ ଛୁରା ମାଡ, ୩ଜଣ ଆହତ

Published By : Prameya-News7 Bureau | March 07, 2019 IST

କାମାକ୍ଷାନଗର ୭|୩ : ଢେଙ୍କାନାଳ ପର୍ଜଙ୍ଗ ଥାନା ବସୋଇ ଗାଁରେ ପୂର୍ବ ଶତୃତାକୁ ନେଇ ଛୁରା ମାଡ ହୋଇଛି । ଛୁରା ମାଡରେ  ଗୋଟିଏ ପରିବାର ବାପ-ପୁଅ ସମେତ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ହେଲେ ପ୍ରଭାକର ବିଶ୍ବାଳ, ପୁଅ ପ୍ରକାଶ ବିଶ୍ବାଳ ଓ ଦାଦା ବେଣୁଧର ବିଶ୍ବାଳ ।

{"id":91245}

ସୂଚନାଯୋଗ୍ୟ ଯେ, ଗତକାଲି ସଂଧ୍ୟା ସମୟରେ ଗାଁ ଚଉପାରି ନିକଟରେ ତାସ୍ ଖେଳ ଚାଲିଥିବା ବେଳେ ୨ ଭାଇ ଜଗା ଓ ବଳିଆ ଅତର୍କିତ ଭାବେ ଆସି ପ୍ରକାଶ ବିଶ୍ବାଳଙ୍କୁ ଆକ୍ରମଣ କରିଥିଲେ । ତାଙ୍କୁ ଛଡାଇବାକୁ ଦାଦା ଓ ବାପା ଯାଇଥିବା ବେଳେ ସେମାନଙ୍କୁ ଛାଡି ନଥିଲେ ଆକ୍ରମଣକାରୀ । ତାଙ୍କୁ ଛୁରିରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସମସ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.