ଭାଇ ବାହାଘର ଭୋଜି ଖାଇ ଫେରିବା ବେଳେ ଅଘଟଣ : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର

Published By : Prameya-News7 Bureau | December 01, 2020 IST

ସୋର ୧।୧୨: ବାଇକ୍ ଉପରେ ମାଡିଗଲା କାର୍ । ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । 

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ କଲେଜ ଛକ ନିକଟରେ ଭାଇ ବାହାଘର ଭୋଜି ଖାଇ ଫେରୁଥିବା ବେଳେ ବାଇକ୍ ଉପରେ ମାଡିଗଲା କାର୍। ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ୩ଜଣଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାସୁଦେବପୁର ଥାନା ପଢୁଆଁ ଅଞ୍ଚଳର ପଙ୍କଜ ସାହୁ, ରବୀନ୍ଦ୍ର ସାନ୍ତରା, ଆଲୋକ ପରିଡା ସୋର ସ୍ଥିତ କୁଶଳେଶ୍ବର ମନ୍ଦିରରୁ ଭାଇ ବାହାଘର ଭୋଜି ଖାଇ ଫେରୁଥିବା ବେଳେ କଲେଜ ଛକ ନିକଟରେ ଏକ ଦ୍ରୁତଗାମୀ କାର୍ ମାଡି ଯାଇଥିଲା । ଫଳରେ ୩ ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଏନଏଚ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ୩ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.