ଟ୍ୟାଙ୍କର-ପିକ୍‌ଅପ୍‌ ଭ୍ୟାନ୍‌ ମୁହାଁମୁହିଁ ଧକ୍କା, ୩ ଗୁରୁତର

Published By : Prameya-News7 Bureau | July 04, 2020 IST

ସାଲେପୁର ୦୪।୦୭: କଟକ ଚାନ୍ଦବାଲି ରାସ୍ତା କଳାଗିନି ଛକ ନିକଟରେ ସଡକ ଦୁର୍ଘଟଣା ଘଟିଛି । ଓମ୍ଫେଡ଼ର କ୍ଷୀର ବୋଝେଇ ଗାଡି ସହ ପେଟ୍ରୋଲ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଯାହାଫଳରେ ଉଭୟ ଗାଡ଼ିରେ ଥିବା ଚାଳକ ସମେତ ହେଲ୍‌ପର ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":295638,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆଜି ସକାଳୁ ସକାଳୁ କଟକ ଚାନ୍ଦବାଲି ରାସ୍ତା ର କଳାଗିନି ଛକରେ ଓମ୍ଫେଡ଼ର କ୍ଷୀର ବୋଝେଇ ଗାଡ଼ି ଓ ପେଟ୍ରୋଲ ଟ୍ୟାଙ୍କର  ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଦୁଇ ଜଣ ଗାଡ଼ି ଚାଳକ ସମେତ  ହେଲପର ଗୁରୁତର ହୋଇଛନ୍ତି  । ଚିକିତ୍ସା ଲାଗି ସମସ୍ତଙ୍କୁ  ପ୍ରଥମେ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ତିନିଜଣଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇଁ ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.