Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଜାଲ୍ ନୋଟ୍‌ରେ ଚାଲିଥିଲା କାରବାର : ୩୦କେଜି ଗଞ୍ଜେଇ ଜବତ, ପୋଲିସ କନେଷ୍ଟବଳ ସମେତ ୩ ଗିରଫ

22/06/2020 at 4:45 PM

ଫୁଲବାଣୀ ୨୨।୬:  ଜାଲ୍ ନୋଟ୍ ରେ ଗଞ୍ଜେଇ କାରବାରର ପର୍ଦ୍ଦାଫାଶ କରିଛି ଫିରିଙ୍ଗିଆ ଥାନା ପୋଲିସ । ଏହି ମାମଲାରେ ଜଣେ ପୋଲିସ କନେଷ୍ଟବଳ ସମେତ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ ଫିରିଙ୍ଗିଆ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ସିମିଲିସାହି-ଡିମିରିଗୁଡା ରାସ୍ତାରେ ଏକ ଟାଟା ସୁମୋକୁ ଧରିଥିଲା । ଚଢାଉ ବେଳେ ପୋଲିସ ଗାଡିରୁ ୩୦ କେଜି ଗଞ୍ଜେଇ ଜବତ ହୋଇଥିଲା । ସୁମୋରେ ଥିବା ୩ ଜଣ ବ୍ୟକ୍ତିଙ୍କୁ ପୋଲିସ ଯାଞ୍ଚ କରିବା ବେଳେ ସେମାନଙ୍କ ନିକଟରୁ ୧ ଲକ୍ଷ ୧୩ ହଜାର ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଥିଲା । ସେମାନଙ୍କୁ ପୋଲିସ ଗିରଫ କରିଥିଲା । ଜେରା ବେଳେ ସେମାନେ ସ୍ବୀକାର କରିଥିଲେ ଯେ ସେମାନେ ଜାଲ୍ ନୋଟ୍ ରେ ଗଞ୍ଜେଇ କାରବାର କରୁଥିବା ସ୍ବୀକାର କରିଥିଲେ । ଗିରଫ ୩ ଜଣଙ୍କ ମଧ୍ୟରେ ବସନ୍ତ ନାହକ ନାମକ ଜଣେ ପୋଲିସ କନଷ୍ଟେବଳ ରହିଛନ୍ତି । ସେ ବ୍ରାହ୍ମଣୀ ଗାଁ ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବା ବେଳେ ଗତ ୧୫ ତାରିଖରେ ଜଣେ ବ୍ୟକ୍ତିଙ୍କୁ ଧମକ ଦେଇ ଟଙ୍କା ଆଦାୟ କରୁଥିବା ଥାନାରେ ମାମଲା ହୋଇଥିଲା । ଅନ୍ୟ ଦୁଇ ଗିରଫ ବ୍ୟକ୍ତି ହେଲେ ଫୁଲବାଣୀର ମଧୁସୂଦନ ଦିଗାଲ ଓ ବଳଭଦ୍ର ମାଝୀ । ଏହି ୩ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।  

   Related Posts