ଆବାସିକ ସେବାଶ୍ରମର ଛାତ୍ରଙ୍କ ମୃତ୍ୟୁ ଘଟଣା : ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ୩ ନିଲମ୍ବିତ

Published By : Prameya-News7 Bureau | July 16, 2019 IST

ମାଲକାନଗିରି ୧୬|୭: ମାଲକାନଗିରି ଜିଲ୍ଲା ଗଙ୍ଗଲା ଆବାସିକ ସେବାଶ୍ରମର ଛାତ୍ର ମୃତ୍ୟୁ ଘଟଣାରେ ଜିଲ୍ଲା ପ୍ରଶାସନ ସେବାଶ୍ରମର ୫ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପ୍ରଧାନ ଶିକ୍ଷୟିତ୍ରୀ ସଙ୍ଘମିତ୍ରା କରସୁଧା ପଟ୍ଟନାୟକ, ସହକାରୀ ଶିକ୍ଷକ ପତିତପାବନ ଜେନା ଓ ମାଟ୍ରନ ସୁମିତ୍ରା ବେହେରାଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି । ଜଗୁଆଳି କମଲ ଲୋଚନ ସୌରା ଓ ରୋଷେୟା ଳକ୍ଷ୍ମୀଧର କୋପେଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି ।

{"id":134195}

ଗତକାଲି ଗଙ୍ଗଲା ଆବାସିକ ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ର ଅମିତ କୋଲାକୁରି ପୋଖରୀରକୁ ଶୌଚ କରିବାକୁ ଯାଇଥିବା ବେଳେ ପାଣିରେ ବୁଡି ପ୍ରାଣ ହରାଇଥିଲେ । ଏହି ଘଟଣାକୁ ନେଇ ଗତକାଲି ହଷ୍ଟେଲ ଛାଡି ନିଜ ନିଜ ଘରକୁ ଚାଲିଯାଇଥିଲେ ଶତାଧିକ ଛାତ୍ରଛାତ୍ରୀ । ହଷ୍ଟେଲରେ ଛାତ୍ରଛାତ୍ରୀମାନଙ୍କୁ ଠିକ୍ ଭାବେ ଖାଇବାକୁ ଦିଆ ଯାଉନଥିବା ବେଳେ ସେମାନଙ୍କ ଲାଗି ଶୌଚ ବ୍ୟବସ୍ଥା ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ଠିକ୍ ନଥିବା ଅଭିଯୋଗ ହୋଇଥିଲା । ଫଳରେ ଜିଲ୍ଲା ପ୍ରଶାସନ ୫ ଜଣଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.