ଗୋଟିଏ ଦିନରେ ସୁପ୍ରିମକୋର୍ଟଙ୍କ ତିନୋଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : ରାହୁଲ ବି ଖୁସ ମୋଦି ବି ଖୁସ, ଜାଣନ୍ତୁ କ’ଣ…

Published By : Prameya-News7 Bureau | November 14, 2019 IST

ନୂଆଦିଲ୍ଲୀ୧୪|୧୧: ରାଫେଲ୍‌ ମାମଲାରେ କେନ୍ଦ୍ରକୁ କ୍ଲିନ୍‌ଚିଟ୍‌ ଦେଲେ ସୁପ୍ରିମକୋର୍ଟ । ଫ୍ରାନ୍‌ସ ଠାରୁ ରାଫେଲ୍‌ ଯୁଦ୍ଧ ବିମାନ କିଣା ନେଇ ଦେଶରେ ବେଶ୍ ରାଜନୈତିକ ଝଡ଼ ବହିବା ପରେ ଶେଷରେ ସୁପ୍ରିମକୋର୍ଟ ଏହି ମାମଲାକୁ ଖାରଜ କରିଦେଇଛନ୍ତି । କେବଳ ସେତିକି ନୁହେଁ ଏହି ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି “ଚୌକିଦାର ଚୋର୍ ହୈ” ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କ୍ଷମା କରିଦେଇଛନ୍ତି । ସୁପ୍ରିମକୋର୍ଟ ଆଜି ମଧ୍ୟ କେରଳର ସାବରିମାଲା ମାମଲାକୁ ଶୁଣାଣି ପାଇଁ ଏକ ବଡ଼ ବେଞ୍ଚ୍‌କୁ ପଠାଇ ଦେଇଛନ୍ତି ।…

{"id":184017,"sizeSlug":"large"}

ସରିଆସୁଛି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳ ।ତା ଆଗରୁ ଗୋଟିଏ ପରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ମାମଲାରେ ରାୟ ଆସୁଛି ସୁପ୍ରିମକୋର୍ଟରେ । ଚର୍ଚ୍ଚିତ ରାଫେଲ୍‌ ଯୁଦ୍ଧ ବିମାନ କିଣା ମାମଲାରେ କେନ୍ଦ୍ର ସରକାରଙ୍କୁ କ୍ଲିନ୍‌ଚିଟ୍‌ ଦେଇଛନ୍ତି ସୁପ୍ରିମକୋର୍ଟ। ୫୯ ହଜାର କୋଟି ଟଙ୍କାର ରାଫେଲ୍ ଯୁଦ୍ଧ ବିମାନ କ୍ରୟ ରାଜିନାମାକୁ ଯେତିକି ରାଜନୀତି ଚାଲିଥିଲା ସେତିକି କାନୁନି ଲଢ଼େଇ ବି ଚାଲିଥିଲା । ଏହି  ଅନିୟମିତତା ଅଭିଯୋଗର ତଦନ୍ତ ଅଦାଲତ ତତ୍ତ୍ବାବଧାନ କରିବା ଲାଗି ହୋଇଥିବା ଆବେଦନକୁ ଡିସେମ୍ବର ୨୦୧୮ କୋର୍ଟ ଖାରଜ କରିଦେଇଥିଲେ। ଏହାର ପୁନଃ ସମୀକ୍ଷା କରିବା ପାଇଁ ଆବେଦନ କରିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିହ୍ନା, ଅରୁଣ ସୌରୀ ଓ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ । ତେବେ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ କ୍ଲିନ୍ ଚିଟ ଦେଇଛନ୍ତି। ରାଫେଲ ଅନିୟମିତତା ସଂପର୍କିତ ସମସ୍ତ ରିଭ୍ୟୁ ପିଟିସନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।

{"id":184018,"sizeSlug":"large"}

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ମାମଲାରେ 'ଚୌକିଦାର ଚୋର ହୈ' ବୟାନକୁ ନେଇ ରାହୁଲ ଗାନ୍ଧୀଙ୍କୁ କ୍ଷମା ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ ରାହୁଲ ନିସର୍ତ୍ତ କ୍ଷମାପ୍ରାର୍ଥନା କରିଥିଲେ । କିନ୍ତୁ ଭବିଷ୍ୟତରେ ଏପରି ନକରିବାକୁ ରାହୁଲଙ୍କୁ ଚେତାବନୀ ଦିଆଯାଇଛି । ଏହା ସତ୍ତ୍ବେ ବି ରାହୁଲ ଗାନ୍ଧୀ ସାରା ଦେଶକୁ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି ।…

{"id":184019,"sizeSlug":"large"}

ଅନ୍ୟ ଏକ ବଡ଼ ରାୟରେକେରଳର ସାବରିମାଲା ମନ୍ଦିର ମାମଲା ବୃହତ୍ତର ଖଣ୍ଡପୀଠ ଦ୍ବାରା ଶୁଣାଣି କରାଯିବାକୁ ସୁପାରିସ କରିଛନ୍ତି ସୁପ୍ରିମକୋର୍ଟ ମାମଲାକୁ ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ରେଫର୍ କରାଯାଇଛି। କେରଳ ସାବରିମାଳା ମନ୍ଦିରକୁ ୧୦ ରୁ ୫୦ ବର୍ଷ ବୟସ୍କା କିଶୋରୀ ଏବଂ ମହିଳାଙ୍କ  ପ୍ରବେଶ ଉପରେ ଥିବା ବାରଣକୁ ହଟାଇ ଦେଇଥିଲେ କୋର୍ଟ। ଯାହାକୁ ବିରୋଧ କରି ପ୍ରାୟ ୬୫ଟି ପିଟିସନ୍  ସୁପ୍ରିମକୋର୍ଟରେ ଦାଏର ହୋଇଥିଲା । ସେହିପରି ମସଜିଦକୁ ମହିଳାମାନଙ୍କ ପ୍ରବେଶ ସଂପର୍କିତ ଆବେଦନର ମଧ୍ୟ କୋର୍ଟ ବିଚାର କରିବେ। …

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.