Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ପିଏମଓରେ ୩ ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ, ୩ ଯୁବ ଆଇଏଏସଙ୍କୁ ଗୁରୁତ୍ୱ

13/09/2020 at 11:41 AM

ନୂଆଦିଲ୍ଲୀ ୧୩/୦୯ : କ୍ୟାବିନେଟ୍ ନିଯୁକ୍ତି ସମିତି (ଏସିସି)ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ୩ ଆଇଏଏସ୍ ଅଧିକାରୀଙ୍କୁ ବଡ ପଦବୀରେ ନିଯୁକ୍ତ କରିଛନ୍ତି । ଯେଉଁ ୩ ଆଇଏଏସ୍ ଅଧିକାରୀଙ୍କ ନାଁରେ ଏସିସି ମୋହର ମାରିଛନ୍ତି ସେମାନେ ଉତ୍ତରାଖଣ୍ଡ ଟେହରି ଡିଏମ୍ ମଙ୍ଗେଶ ଘିଲ୍ଡିୟାଲ, ମଧ୍ୟ ପ୍ରଦେଶ କ୍ୟାଡର ଆଇଏଏସ୍ ଅଧିକାରୀ ରଘୁରାଜ ରାଜେନ୍ଦ୍ରନ ଓ ଆନ୍ଧ୍ର ପ୍ରଦେଶ କ୍ୟାଡରର ଆଇଏଏସ୍ ଅଧିକାରୀ ଆମ୍ରପାଲି କାଟା ସାମିଲ କରିଛନ୍ତି ।

ଉତ୍ତରାଖଣ୍ଡ ଟେହରି ଡିଏମ୍ ମଙ୍ଗେଶ ଘିଲ୍ଡିୟାଲ ଙ୍କୁ ପିଏମଓରେ ଅଣ୍ଡର ସେକ୍ରେଟାରୀ ପଦବୀରେ ନିଯୁକ୍ତି ଦିଆଯାଇଛି । ମଧ୍ୟ ପ୍ରଦେଶ କ୍ୟାଡର ଆଇଏଏସ୍ ଅଧିକାରୀ ରଘୁରାଜ ରାଜେନ୍ଦ୍ରନଙ୍କୁ ପିଏମଓରେ ନିର୍ଦେଶକ ଓ ଆନ୍ଧ୍ର ପ୍ରଦେଶ କ୍ୟାଡର୍ ଆଇଏଏସ୍ ଅଧିକାରୀ ଆମ୍ରପାଲି କାଟାଙ୍କୁ ଉପସଚିବ (ଡେପୁଟି ସେକ୍ରେଟାରୀ) ଦାୟିତ୍ୱ ଦିଆଯାଇଛି । ମଙ୍ଗେଶ ଘିଲ୍ଡିୟାଲ ରୁଦ୍ରପ୍ରୟାଗ ଜିଲ୍ଲାର ଜିଲ୍ଲା ଅଧିକାରୀ ଥିଲେ । ବର୍ତ୍ତମାନ ସେ କେଦାରନାଥ ପୁନଃନିର୍ମାଣ ଓ ଚାରଧାମ ରାସ୍ତା ନିର୍ମାଣ କାର୍ଯ୍ୟ ତଦାରଖ କରୁଛନ୍ତି ।

ରୁଦ୍ରପ୍ରୟାଗରେ ଚାଲିଥିବା ଏହି ଦୁଇଟି ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିଲେ । ରଘୁରାଜ ରାଜେନ୍ଦ୍ରନ୍ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ତଥା କ୍ୟାବିନେଟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

ଆମ୍ରପାଲି କାଟାଙ୍କୁ ପିଏମଓରେ ଉପସଚିବ ପଦବୀରେ ନିଯୁକ୍ତି କରାଯାଇଛି । ଆମ୍ରପାଲି କାଟା ଆନ୍ଧ୍ର ପ୍ରଦେଶ କ୍ୟାଡର ୨୦୧୦ ବ୍ୟାଚର ଆଇଏଏସ୍ ଅଧିକାରୀ । ଏହା ପୂର୍ବରୁ ସେ ମନ୍ତ୍ରୀ ମଣ୍ଡଳୀୟ ସଚିବାଳୟରେ ଉପସଚିବ ଥିଲେ ।

   Related Posts