ବନ୍ୟଜନ୍ତୁ ଶୀକାର ଅଭିଯୋଗରେ ୩ ଶିକାରୀ ଗିରଫ

Published By : Prameya-News7 Bureau | April 08, 2021 IST

ସମ୍ବଲପୁର ୮।୪: ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡରେ ବନ୍ୟପ୍ରାଣୀ ଶିକାର ଉପରେ ଲାଗୁନି ରୋକ । ପ୍ରତିଦିନ ବନ୍ୟପ୍ରାଣୀ ଶିକାର ହେଉଥିବା ଅଭିଯୋଗ ହେଉଛି । ରେଢାଖୋଲ ବନଖଣ୍ଡ ଅନ୍ତର୍ଗତ କିସିଣ୍ଡା ବନାଞ୍ଚଳ ଅନ୍ତର୍ଗତ ଖଲାଶୁଣି ସଂରକ୍ଷିତ ଜଙ୍ଗଲରେ ପଶୁ ଶିକାର ଅଭିଯୋଗରେ ୩ ଜଣ ଶିକାରୀଙ୍କୁ ବନ କର୍ମଚାରୀ ଗିରଫ କରିଛନ୍ତି । ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ସହ ଅଫୁଟା ଗୁଳି ଜବତ କରାଯାଇଛି । ତେବେ ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.