କୁଲଡିହା ସଂରକ୍ଷଣ ଜଙ୍ଗଲରୁ ତିନି ଶିକାରୀ ଗିରଫ ସହ ବନ୍ଧୁକ ଜବତ କଲା ବନବିଭାଗ

Published By : Prameya-News7 Bureau | November 16, 2019 IST

ସୋର ୧୬।୧୧: ବାଲେଶ୍ବର ଜିଲ୍ଲା କୁଲଡିହା ସଂରକ୍ଷଣ ଜଙ୍ଗଲରୁ ତିନିଜଣ ଶିକାରୀ  ଗିରଫ ସହ ବନ୍ଧୁକ ଜବତ କରିଛି ବନ ବିଭାଗ ।  ଶିକାର ପାଇଁ ଆସିଥିବା ବେଳେ ଶିକାରୀଙ୍କୁ ଗିରଫ ସହ ଦୁଇଟି ବନ୍ଧୁକ ଜବତ କରିଛି ଔପଦା ବନବିଭାଗ କାର୍ଯ୍ୟାଳୟ  ।

{"id":184923,"sizeSlug":"large"}

ସୂଚନାଯୋଗ୍ୟ ଯେ, କୁଲଡିହା ସଂରକ୍ଷିତ ଜଙ୍ଗଲରେ ସୋର ଥାନା ବନ୍ଧ ସାହିର ବାବୁନ ନାୟକ, କାଲା ନାୟକ ଓ ଅନ୍ୟ ଜଣେ ଶିକାରୀ  ମିଳିତଭାବେ ବିଳମ୍ବିତ ରାତିରେ ଶିକାର ପାଇଁ ପ୍ରବେଶ କରିଥିଲେ, କିନ୍ତୁ ଠିକ୍ ସମୟରେ ବନ ବିଭାଗ ଚଢାଉ କରି ସମସ୍ତ ଶିକାରୀଙ୍କୁ ଗିରଫ କରିଛି । ଘଟଣାସ୍ଥଳରେ ଶିକାରୀ  ଓ ବନ ବିଭାଗ କର୍ମଚାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବାର ସୂଚନା ମିଳିଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.