୩୦୦ କୋଟି ହେରଫେର୍‌ର ମାଷ୍ଟର ମାଇଣ୍ଡଙ୍କ ଆତ୍ମହତ୍ୟା, ମରିବା ପୂର୍ବରୁ ସ୍ତ୍ରୀ ଓ ପୁଅ,ଝିଅଙ୍କୁ ଗୁଳି

Published By : Prameya-News7 Bureau | January 01, 2020 IST

ଉତ୍ତରପ୍ରଦେଶ୧/୧: ପତ୍ନୀ ଓ ୨ ପିଲାଙ୍କୁ ଗୁଳି ମାରିବା ପରେ ଅଭିଯୁକ୍ତ ବାପ ନୀରଜ ଅଗ୍ରଓ୍ବାଲ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି। ବାପର ଗୁଳିମାଡ଼ରେ ୧୦ ବର୍ଷର ପୁଅ ଦିନେଶ ଅଳ୍ପକେ ବର୍ତ୍ତି ଯାଇଛି। ଅନ୍ୟପଟେ ଏକ କାର୍‌ରୁ ହତ୍ୟାକାରୀ ନୀରଜ ଅଗ୍ରଓ୍ବାଲ ଓ ତାଙ୍କ ପତ୍ନୀ ଏବଂ ଝିଅଙ୍କ ମୃତଦେହକୁ ପୁଲିସ ଜବତ କରିଛି। ପୋଲିସ ଘଟଣାରେ ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ନୋଟ୍‌ ବନ୍ଦୀ ସମୟରେ ୩୦୦ କୋଟି ଟଙ୍କା ହେରାଫେର୍‌ରେ ସଂପୃକ୍ତ ଥିବା ନୀରଜ ଏକ୍ସପ୍ରେସଓ୍ବେ ନିକଟରେ ପତ୍ନୀ ସମେତ ପିଲାଙ୍କୁ ଗୁଳି କରି ନିଜେ ନିଜକୁ ଗୁଳି ମାରି ଦେଇଥିଲା।

{"id":205439,"sizeSlug":"large"}

ପୁଲିସର ସୂଚନା ମୁତାବକ  ଯମୁନା ଏକ୍ସପ୍ରେସଓ୍ବେ ନିକଟରେ ଏଭଳି ଘଟଣା ଘଟିଛି। ମୃତକଙ୍କ ନାଁ ହେଉଛି ନୀରଜ ଅଗ୍ରଓ୍ବାଲ ଓ ତାଙ୍କ ପତ୍ନୀ ନେହା, ଓ ଝିଅ ଧନ୍ୟା। ଗୁରୁତର ଅବସ୍ଥାରେ ୧୦ ବର୍ଷର ପୁଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବଂ  ଘଟଣାସ୍ଥଳରେ ନୀରଜ ଅଗ୍ରଓ୍ବାଲ ଓ ତାଙ୍କ ସ୍ତ୍ରୀ ଓ ଝିଅର ମୃତ୍ୟୁ ହୋଇଯାଇଛି।

ନୀରଜ ଜଣେ ପ୍ରଭାବଶାଳୀ ବ୍ୟବସାୟୀ ଥିଲେ। ନୋଟ୍‌ ବନ୍ଦୀ ସମୟରେ ତାଙ୍କ ନାଁରେ ୩୦୦ କୋଟି ଟଙ୍କା ହେର୍‌ଫେର୍‌ କରିଥିବା ଅଭିଯୋଗ ରହିଛି। ନୀରଜ କାହିଁକି ନିଜ ପୁଅ, ଝିଅ ଓ ପତ୍ନୀଙ୍କୁ ଗୁଳି ମାରି ନିଜେ ନିଜକୁ ଗୁଳି ମାରିଲେ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ପୋଲିସ ଘଟଣାରେ ସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.