ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ

Published By : Prameya-News7 Bureau | April 23, 2021 IST

ଆଠଗଡ ୨୩।୪:  କଟକ ଜିଲ୍ଲା ନରସିଂହପୁର ବ୍ଲକ ଓସ୍ତ ନାରାୟଣପୁର ଗ୍ରାମର ଦେବନ୍ଦ୍ର ପଟ୍ଟନାୟକଙ୍କ ଘରେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ ହୋଇଯାଇଛି।

ସୂଚନାଯୋଗ୍ୟ ଯେ, ଓସ୍ତ ନାରାୟଣପୁର ଗ୍ରାମର  ଦେବନ୍ଦ୍ର ପଟ୍ଟନାୟକଙ୍କ ଘରେ  ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା ।  ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ନିକଟସ୍ଥ ଦମକଳ ବାହୀନିକୁ ଖବର ଦେଇଥିଲେ ଏବଂ ସ୍ଥାନୀୟ ଲୋକମାନେ ମଧ୍ୟ ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହୋଇ ଥିଲେ ଘଟଣା ସ୍ଥଳରେ ଅଗ୍ନିଶମ ବାହୀନି ସଙ୍ଗେ ସଙ୍ଗେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ନିଆଁ ଉଗ୍ରରୂପ ଧାରଣ କରିଥିବା ବେଳେ ଅଗ୍ନିଶମ ବାହୀନିକୁ ନିଆଁ ଲିଭାଇବାକୁ ନାକେଦମ ହେବାକୁ ପଡିଥିଲା  । ପ୍ରାୟ ଏକ ଘଣ୍ଟାର ପ୍ରୟାସ ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ କର୍ମଚାରୀ  । ତେବେ ନିଆଁ ଲିଭାଇବା ବେଳକୁ ଦେବେନ୍ଦ୍ର ପଟ୍ଟନାୟକଙ୍କ ତିନି ବଖରା ଘର ସମେତ ସମସ୍ତ ଆସବାବପତ୍ର ସହ ବହୁ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇ ଯାଇଛି । ଏ ଖବର ପାଇବା ପରେ ତହସିଲଦାରଙ୍କ ତରଫରୁ ସ୍ଥାନୀୟ ଆରଆଇ ଘଟଣାସ୍ଥଳରେ ପହଞ୍ଚି ଅଗ୍ନି ବିପନ୍ନଙ୍କୁ ସରକାରୀ ସହାୟତା ଯୋଗାଇ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.