Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • କଟକ : ସମ୍ଭାବ୍ୟ ବାତ୍ୟାକୁ ନେଇ ଅଗ୍ନିଶମ ଓ ଓଡ୍ରାଫ ଟିମ୍‌ର ପ୍ରସ୍ତୁତି, ମୁକାବିଲା ପାଇଁ ଏନଫୋର୍ସମେଣ୍ଟ ଟିମ୍ ଗଠନ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ଜି.ଉଦୟଗିରି : କନ୍ଧମାଳରେ ଶୀତ ପ୍ରକୋପ, ରାତିରେ ୮ରୁ ୯ଡିଗ୍ରୀ ରହୁଛି ତାପମାତ୍ରା
  • ||
  • ଚଣ୍ଡିଖୋଲ : ବାଇକ୍‌ରେ ଯିବାବେଳେ ମହିଳାଙ୍କ ବେକରୁ ସୁନା ହାର ଓ ଚେନ୍ ଝାମ୍ପିନେଲା ଦୁର୍ବୃତ୍ତ, ଗାଡିରୁ ଖସିପଡି ମହିଳା ଆହତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||

ମାମୁଁ ଘରୁ ୨ ବର୍ଷ ଶିଶୁ ପୁତ୍ର ନିଖୋଜ ଘଟଣା : ୩ ଜଣଙ୍କୁ ଅଟକ ରଖି ପୋଲିସର ତଦନ୍ତ

9/11/2021 at 11:38 AM

ଜଗତସିଂହପୁର ୯।୧୧: ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଶିବପୁର ପଞ୍ଚାୟତର ଶଙ୍କରପୁର ଗାଁରେ ମାମୁଁ ଘରକୁ ବୁଲିବାକୁ ଆସି ଦୁଇ ବର୍ଷର ଶିଶୁ ପୁତ୍ର ଅପହରଣ ଘଟଣାକୁ ପୁରିଲାଣି ଦୁଇ ଦିନ । ଏପର୍ଯ୍ୟନ୍ତ ପୋଲିସ ଶିଶୁଟିର କୌଣସି ସନ୍ଧାନ ପାଇବାରେ ସକ୍ଷମ ହୋଇପାରିନାହିଁ । ତେବେ ଅଭିଯୋଗ ପାଇବା ପରେ ସୋମବାରଠୁ ବିରିଡି ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ ଆରମ୍ଭ କରିଥିବା ସହ ସେହି ଗାଁର ତିନି ଜଣଙ୍କୁ ସନ୍ଦେହ ଘେର ଭିତରେ ରଖି ତଦନ୍ତ ଚଳାଇଛି ।

ସ୍ଥାନୀୟ ମଙ୍ଗଳପୁର ଗାଁର କହ୍ନେଇଲାଲ ଭୋଇଙ୍କ ପୁଅ ସୌମ୍ୟରଞ୍ଜନ ମା’ ଶୁନୁଲତା ଭୋଇଙ୍କ ସହ ମାମୁ ଘର ଶଙ୍କରପୁର ଗାଁକୁ କିଛି ଦିନ ହେଲା ଆସି ସେଠାରେ ରହୁଥିଲେ । ସୋମବାର ମଧ୍ୟାହ୍ନରେ ପୁଅ ଦାଣ୍ଡରେ ଖେଳୁଥିବା ସମୟରେ ଆଉ ପୁଅକୁ ପାଇନଥିଲେ । ତେବେ ଜଣେ ଅଜଣା ଫେରିବାଲା ଶିଶୁଟିକୁ ଏକ ଲୁନାରେ ବସାଇ ନେଇ ଯାଇଥିବାର ସ୍ଥାନୀୟ କିଛି ଲୋକ କହିଛନ୍ତି । ଏ ବାବଦରେ ବିରିଡି ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ବିରିଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି  ଲୋକଙ୍କ ସହ ଖୋଜା ଖୋଜି ଜାରି ରଖିଛି । ଏହାସହ ବିଭିନ୍ନ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ତେବେ ଅପହରଣ ଘଟଣାକୁ ନେଇ ଅନ୍ୟ କିଛି ରହସ୍ୟ ରହିଥିବାର ପୋଲିସ ପକ୍ଷରୁ ସନ୍ଦେହ କରାଯାଉଛି ।

ଗତ ତିନି ମାସ ତଳେ ଜଗତସିଂହପୁର ମେଡିକାଲ ଭିତରୁ ଜଣେ ୩ ବର୍ଷର ଶିଶୁ ପୁତ୍ର ଅପହରଣ ହୋଇଥିବା ବେଳେ ପୁଣି ଆଉ ଜଣେ ଶିଶୁ ପୁତ୍ର ଅପହରଣ ହେବା ଘଟଣା ସାଧାରଣରେ ଭୟ ଓ ଅସନ୍ତୋଷ ସୃଷ୍ଟି କରିଛି ।

   Related Posts