୩ ପିଲା ଚୋରକୁ ବାନ୍ଧି ନିସ୍ତୁକ ମାଡ ମାରିଲେ ଗ୍ରାମବାସୀ, ୫ ମାସର ଶିଶୁ ପୁତ୍ରକୁ ଘରୁ ଉଠାଇ ନେଇଥିଲେ

Published By : Prameya-News7 Bureau | June 30, 2021 IST

ଭୋଗରାଇ ୩୦।୬: ପିଲା ଚୋରକୁ ବାନ୍ଧି ନିସ୍ତୁକ ମାଡ ମାରି ପୋଲିସର ଜିମାଦେଲେ ଗ୍ରାମବାସୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଛଡା ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ଗତ ୧୩ ଦିନ ପୂର୍ବରୁ ସିଂଲା ଥାନା ଅନ୍ତର୍ଗତ ଚକଅର୍ଜୁନି ଗ୍ରାମର ଝୁନି ମାରାଣ୍ଡିଙ୍କ ୫ ମାସର ଶିଶୁ ପୁତ୍ରକୁ ଘରେ ଖଟରେ ଶୁଆଇଥିବା ବେଳେ ଦୁର୍ବୃତ୍ତମାନେ ଚୋରି କରି ନେଇ ଯାଇଥିଲେ । ଖୋଜାଖୋଜି ପରେ ଶିଶୁ ପୁତ୍ର ନମିଳିବାରୁ ଝୁନୁ ସିଂଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଚଳାଇ ଥିଲା । ତେବେ କାଲି ରାତିରେ ଛଡା ଗ୍ରାମରେ ଶିଶୁପୁତ୍ରଟି ଥିବା ଜାଣିପାରି ଗ୍ରାମବାସୀମାନେ ଶିଶୁପୁତ୍ରକୁ ଉଦ୍ଧାର କରି ୩ ଜଣ ପିଲା ଚୋରକୁ କାବୁ କରି ହାତଗୋଡ ବାନ୍ଧି ଦେବା ସହ ମାଡ ମାରିଥିଲେ । ସେମାନେ ପିଲା ଚୋରି କରିଥିବା ନେଇ ସ୍ବୀକାର କରିଥିଲେ । ଖବର ପାଇ ସିଂଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣ ପିଲାଚୋରକୁ ଆଣି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.