Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁଇ ଶିଶୁଙ୍କ ସହ ମା’ର ମୃତଦେହ ଉଦ୍ଧାର ଘଟଣା : ୩ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା

10/09/2019 at 10:34 AM

କଳାହାଣ୍ଡି ୧୦।୯: କଳାହାଣ୍ଡିରେ ଦୁଇ ଶିଶୁଙ୍କ ସହ ମା’ର ମୃତଦେହ ମିଳିବା ଘଟଣାରେ ୩ ଜଣଙ୍କୁ ଭବାନୀପାଟଣା ପୋଲିସ ଅଟକ ରଖିଛି । ମୃତ ମହିଳାଙ୍କ ସ୍ବାମୀ ଲିଙ୍ଗ ମାଝୀ, ଲିଙ୍ଗଙ୍କ ଦ୍ବିତୀୟ ସ୍ତ୍ରୀ ରାଜଲକ୍ଷ୍ମୀ ବେମାଲ ଓ ସହଯୋଗୀ ଶିବ ବେମାଲଙ୍କୁ ଅଟକ ରଖିଛି ପୋଲିସ । ୩ ଜଣଙ୍କୁ ମାରାଥନ ଜେରା କରୁଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଗତକାଲି ସିଙ୍ଗଝରଣ ଗାଁରେ ଘର ଭିତରୁ ଦୁଇ ଶିଶୁଙ୍କ ଗଳାକଟା ମୃତଦେହ ଓ ନିକଟସ୍ଥ ରେଳ ଲାଇନ୍‌ରୁ ମା’ର ମୃତଦେହ ଉଦ୍ଧାର କରିଥିଲା ପୋଲିସ ।

   Related Posts