ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କୁ ଆକ୍ରମଣ ଘଟଣା : ୩ଜଣ ଅଟକ
5/11/2019 at 4:43 PM

ଆଠଗଡ ୫।୧୧: ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଲେଖ କୁମାର ବୋଷଙ୍କୁ ଆକ୍ରମଣ ଅଭିଯୋଗରେ ଥାନାରେ ଏତଲା ପରେ ସିସିଟିଭି ଆଧାରରେ ୩ଜଣ ଅଟକ ଅଛନ୍ତି । ଗତକାଲି ବନଖଣ୍ଡଠାରେ ଏକ ଗାଡି ଦୁର୍ଘଟଣାରେ ଆହତ ହୋଇ ଆଠଗଡ ମେଡିକାଲକୁ ଆସିଥିଲେ ୨ଜଣ ଗୁରୁତର । ସେଥିମଧ୍ୟରୁ ଜଣକୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟ ଜଣଙ୍କର ଆଠଗଡରୁ କଟକ ମେଡିକାଲ ଯାଉଥିବା ବାଟରେ ମୃତ୍ୟୁ ହୋଇଥିଲ। ପରିବାର ପକ୍ଷରୁ ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ଆକ୍ରମଣ କରାଯାଇଥିଲା ।