୬୫ହଜାର ଟଙ୍କାର ଜାଲ୍ ନୋଟ୍ ଜବତ ; ୩ଜଣ ଅଟକ
27/01/2019 at 4:01 PM

ଝାରସୁଗୁଡା ୨୭|୧: ଝାରସୁଗୁଡ଼ା ଜିଲ୍ଲା ଚିଖିଲାପାଲି ଗାଁରୁ ୬୫ହଜାର ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି । ଜାଲ୍ ନୋଟ୍ ଜବତ କରିଛି ରେଙ୍ଗାଲି ପୋଲିସ । ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସେମାନଙ୍କଠାରୁ ୧୧୦ ଖଣ୍ଡ ୫ଶହ ଟଙ୍କିଆ ଓ ୫ ଖଣ୍ଡ ୨ହଜାର ଟଙ୍କିଆ ଜାଲ୍ ନୋଟ୍ ଜବତ କରାଯାଇଛି।

ଓଡିଶା-ଛତିଶଗଡ଼ ସୀମାନ୍ତ ବିଭିନ୍ନ ଗ୍ରାମାଞ୍ଚଳରେ ଜାଲ୍ ନୋଟ୍ କାରବାର କରୁଥିବା ସୂଚନା ପାଇ ପୋଲିସ ଆଜି ଚିଖିଲାପାଲି ଗାଁରେ ଚଢ଼ାଉ କରିଥିଲା । ଜାଲ୍ ନୋଟ୍ କାରବାର ପଛରେ ଏକ ର୍ୟାକେଟ୍ ରହିଥିବା ପୋଲିସ ସନ୍ଦେହ କରୁଛି। ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଚାଲିଥିବା ରେଙ୍ଗାଲି ଥାନା ଅଧିକାରୀ ଗିତି ରଞ୍ଜନ ମହାପାତ୍ର କହିଛନ୍ତି ।