ଆସିକା ଢଉଗାଁରେ ପ୍ରେମିକା ଘରେ ପ୍ରେମିକକୁ ହତ୍ୟା, ୩ ଅଟକ
25/05/2019 at 5:15 PM

ବ୍ରହ୍ମପୁର ୨୫|୫: ଗଞ୍ଜାମରେ ପୁଣି ହତ୍ୟାକାଣ୍ଡ । ଘରୁ ଡାକି ନେଇ ସଂଘବଦ୍ଧ ଭାବେ ଘାତକ ଆକ୍ରମଣ କରି ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ । ଆସିକା ଢ଼ଉଗାଁରେ ଅଲେଖ ନାହାକ ନାମକ ଜଣେ ଯୁବକଙ୍କୁ ଘରୁ ଡାକିନେଇ ଗାଁରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାରବର୍ଗ ।

ଗତକାଲି ରାତିରେ ଅଲେଖ ଘରେ ଥିବା ବେଳେ ୧୦ ରୁ ୧୨ଜଣ ଆସି ତାଙ୍କୁ ଘରୁ ଡାକି ନେଇ ଗାଁର ଯୁଧିଷ୍ଠିର ନାମକ ଜଣେ ବ୍ୟକ୍ତିଙ୍କ ଘରେ କବାଟ ପକାଇ ରଖିଥିଲେ। ପରେ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିବା ବାପା ସନ୍ତୋଷ ନାହାକ ଅଭିଯୋଗ କରିଛନ୍ତି।

ପ୍ରାଥମିକ ତଦନ୍ତରୁ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ଅଲେଖ ଯୁଧିଷ୍ଠିରଙ୍କ ଘରେ ପଶିଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ପୋଲିସ କହୁଥିବା ବେଳେ ତାଙ୍କୁ ଡାକିନେଇ ସଂଘବଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ କହିଛନ୍ତି।

ଯୁଧିଷ୍ଠିରଙ୍କ ଝିଅ ସହ ଅଲେଖଙ୍କ ପ୍ରେମ ସମ୍ପର୍କ ଥିଲା । ଏହାକୁ ବିରୋଧ କରି ଝିଅର ପରିବାର ଲୋକେ ଡାକିନେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।ମୃତ ଅଲେଖଙ୍କ ଶବକୁ ଧରାକୋଟ ପୋଲିସ ମେଡିକାଲରୁ ଜବତ କରି ବ୍ୟବଚ୍ଛେଦ କରିଛି। ଏ ନେଇ ଥାନାରେ ଏକ ହତ୍ୟା ମାମଲା ରୁଜୁ ହେବା ସହ ୩ଜଣଙ୍କୁ ଅଟକ ରଖିଛି ପୋଲିସ।

ପୁଲିସ୍ ଘଟଣାର ତଦନ୍ତ କରି ଶବକୁ ଜବତ କରି ପୋଷ୍ଟମୋର୍ଟମ୍ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି । ଏହି ଘଟଣାରେ ତିନି ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା କହିଛି ।