ସିବିଆଇ ପଞ୍ଝାରେ ଜିଏସ୍ଟିର ୩ ଅଧିକାରୀ, ୧୦ ଲକ୍ଷ ଟଙ୍କା ଜବତ
29/12/2020 at 8:17 PM

ଭୁବନେଶ୍ବର୨୯/୧୨: ସିବିଆଇ ପଞ୍ଝାରେ ଜିଏସଟିର ୩ ଅଧିକାରୀ। ରାଉରକେଲାର ଜଣେ ବ୍ୟବସାୟୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ସିବିଆଇ। ଭୁବନେଶ୍ୱର ରାମ ମନ୍ଦିର ନିକଟରେ ଥିବା ଏକ ହୋଟେଲରେ ଚାଲିଥିଲା ଡିଲ୍। ଏବେ ବି ହୋଟେଲରେ ଜାରି ରହିଛି ଚଢାଉ ।
ମିଳିଥିବା ସୂଚନା ଅନୁସାରେ ଏହି ବ୍ୟବସାୟୀ ଜଣଙ୍କ ରାଉରକେଲାରୁ ଆସିି ଭୁବନେଶ୍ବର ରାମ ମନ୍ଦିର ସାମ୍ନାରେ ଥିବା ପଞ୍ଚ ତାରକା ହୋଟେଲରେ ରହିଥିଲେ। ଜିଏସ୍ଟି ଠକେଇବା ଲାଗି ଏହି ୩ ଅଧିକାରୀଙ୍କୁ ୧୦ ଲକ୍ଷ ଟଙ୍କା ଦେବା ବେଳେ ସିବିଆଇ ତାଙ୍କୁ ଧରିଥିଲା। ହୋଟେଲ ତଳେ ଥିବା ଏକ ରେଷ୍ଟ୍ରୋରାଣ୍ଟରେ ଟଙ୍କା କାରବାର ଚାଲିଥିଲା। ଗିରଫ ୩ ଜଣ ଜିଏସ୍ଟି ଅଧିକାରୀଙ୍କ ସଂପର୍କରେ କୌଣସି ସୂଚନା ମିଳି ନାହିଁ। ଏପରି କି ସଂପୃକ୍ତ ବ୍ୟବସାୟୀଙ୍କ ସଂପର୍କରେ ମଧ୍ୟ ସୁରାଗ ମିଳି ନାହିଁ। ସିବିଆଇର ୮ ଜଣ ଅଧିକାରୀ ବର୍ତ୍ତମାନ ହୋଟେଲରେ ରହି ଛାନଭିନ୍ ଜାରି ରଖିଛନ୍ତି।