ଚୋରି କରିବାକୁ ଆସି ଧରାପଡିଗଲେ, ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ : ୩ ଛେଳି ଚୋର ଗିରଫ

Published By : Prameya-News7 Bureau | December 19, 2020 IST

ସାଲେପୁର ୧୯।୧୨: ଛେଳି ଚୋରକୁ ଅଟକ ରଖିଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ତରିତୋ ଗାଁରେ ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ୩ ଜଣ ଯୁବକ ଛେଳି ଚୋରୀ କରିବାକୁ ଆସିଥିଲେ ।  କୌଶଳକ୍ରମେ ୨ ଜଣ ଚୋର ଖସି ଯାଇଥିବା ବେଳେ ଜଣେ ଗ୍ରାମବାସୀଙ୍କ ହାତରେ ପଡିଯାଇଥିଲେ । ଗ୍ରାମବାସୀମାନେ ଚୋର ଜଣକୁ ଅଟକ ରଖି ନିର୍ଦ୍ଧୁମ ଛେଚିବା ସହ ଗାଁ ଦାଣ୍ଡରେ ବାନ୍ଧି ପକାଇଥିଲେ । ଏହାପରେ ଛେଳି ଚୋରି କରିଥିବା ସଂପୃକ୍ତ ଯୁବକ ଜଣଙ୍କ ସ୍ବୀକାର କରିଥିଲେ । ଥରେ ନୁହେଁ ବରଂ ଅନେକ ଥର ସେମାନେ ଏହି ଅଞ୍ଚଳରୁ ଛେଳି ଚୋରି କରିନେଇଥିଲେ ବୋଲି ଧରାପଡିଥିବା ଯୁବକ ଜଣକ ପ୍ରକାଶ କରିଥିଲେ । ତେବେ ପରେ ଖସିଯାଇଥିବା ଅନ୍ୟ ଦୁଇ ଚୋରକୁ ମଧ୍ୟ ଗ୍ରାମବାସୀମାନେ ଧରିଥିବା ଜଣାପଡିଛି ।

ତେବେ ଏନେଇ ଗ୍ରାମବାସୀମାନେ କିଶନନଗର ଥାନାକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛେଳି ଚୋରମାନଙ୍କୁ ଧରି ଥାନାକୁ ଆଣି ଅଧିକ ପଚରାଉଚରା ଜାରି ରଖିଛି । ଗିରଫ ଅଭିଯୁକ୍ତମାନେ ହେଲେ ମଧ୍ୟକଚ୍ଛ ଗାଁର ସୁକାନ୍ତ ଗଣ୍ଡ, ମୁନା ଗଣ୍ଡ ଓ ନଣ୍ଡା ଗଣ୍ଡ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.