ନ୍ୟୁଜ୍ ସେଭେନ ନାଁରେ ମିଛ ଖବର ଭାଇରାଲ୍ କରିବା ମାମଲା : ତିନି ଗିରଫ, ଏଡିଟିଂରେ ବ୍ୟବହୃତ ସାମଗ୍ରୀ ଜବତ

Published By : Prameya-News7 Bureau | September 06, 2020 IST

ସମ୍ବଲପୁର ୦୬।୦୯: ନ୍ୟୁଜ୍ ସେଭେନ ନାଁରେ ମିଛ ଖବର ଭାଇରାଲ୍ କରିବା ମାମଲାରେ ୩ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ଅଇଁଠାପାଲି ପୋଲିସ । ନ୍ୟୁଜ୍ ସେଭେନ ଲୋଗୋ, ବ୍ରେକିଂ ପ୍ଲେଟ୍, ହେଡର୍ ବ୍ୟବହାର କରି ଏମାନେ ସୋସିଆଲ୍ ମିଡିଆରେ ମିଛ ଖବର ପ୍ରଚାର କରିଥିଲେ ।

{"id":325615,"sizeSlug":"large"}

ସମ୍ବଲପୁର ଜିଲ୍ଲା ପ୍ରତିନିଧି ଗୁଣମଣି ବିଶ୍ବାଳଙ୍କ ଏତଲା ଆଧାରରେ ୩ ଦୁର୍ବୃତ୍ତଙ୍କୁ ବାନ୍ଧିଛି ପୋଲିସ । ୧୯୫୭ କପି ରାଇଟ୍ ଆକ୍ଟ ,ସେକ୍ସନ୍ ୬୩ ଓ ୧୯୯୯ ଟ୍ରେଡ୍ ମାର୍କ ଆକ୍ଟ ସେକ୍ସନ୍ ୧୦୩ ଆଧାରରେ ଏମାନଙ୍କୁ ଗିରଫ କରାଯାଇଥିବା ବେଳେ, ଅଭିଯୁକ୍ତଙ୍କ ଠାରୁ ଏଡିଟିଂରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ । ଗିରଫ ୩ ଯୁବକ ବୁର୍ଲା ଥାନା ଚାଉଁରପୁର ବ୍ରହ୍ମପୁରା ଗାଁର ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.