ପୁରୀରେ ଯୁବକଙ୍କୁ ଛୁରାମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ

Published By : Prameya-News7 Bureau | May 25, 2022 IST

ପୁରୀ ୨୫।୦୫: ପୁରୀରେ ଛୁରାମାଡରେ ଯୁବକ ଗୁରୁତର ହେବା ଘଟଣା । ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଗୋଖା ସାହିର ଦୁପୁନା ବେହେରା ସହ ବିଭୁନା ଭୋଇ ଓ ଶିବୁନା ପାତ୍ର ଗିରଫ ।  ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ପୋଲିସର ପକ୍ଷରୁ ସୂଚନା ମିଳିଛି ।

ଖବର ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ବଡଦାଣ୍ଡ ମାଉସୀ ମା ମନ୍ଦିର ସମ୍ମୁଖରେ ଛୁରାମାଡରେ ସୂର୍ଯ୍ୟନାରାୟଣ ତ୍ରିପାଠୀ ନାମକ ଯୁବକ ଗୁରୁତର ହୋଇଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.