Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ଯାଜପୁରରେ ସ୍ପେଶାଲ ସ୍କ୍ୱାର୍ଡର ଚଢାଉ : ୩୧ ଗ୍ରାମ ବ୍ରାଉନସୁଗାର ଜବତ , ୩ ଗିରଫ

10/11/2020 at 2:07 PM

ଯାଜପୁର ୧୦/୧୧ : ଯାଜପୁର ଅଞ୍ଚଳରେ ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ଚଢାଉ ହୋଇଛି  । ଚଢାଉରେ ୩୧ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୩ଜଣଙ୍କୁ ଗିରଫ କରାଯାଇଛି । କାର୍‌ ଯୋଗେ ଚାଲାଣ ବେଳେ ଧରିଲା  ସ୍ପେଶାଲ ସ୍କ୍ବାର୍ଡ । ଉପରୋକ୍ତ କାର୍‌କୁ ମଧ୍ୟ ସିଜ୍‌ କରାଯାଇଛି ।

ଖବର ଅନୁଯାୟୀ, ରାଜ୍ୟରେ ଏବେ ବ୍ରାଉନସୁଗାର ଚେର୍‌ ଲମ୍ବିବାରେ ଲାଗିଛି । ପ୍ରତିଦିନ ବିଭିନ୍ନ ସ୍ଥାନରୁ ବ୍ରାଉନସୁଗାର ଜବତ ହେଉଛି । ବିଶେଷ ସୁତ୍ରରୁ ସ୍ପେଶାଲ ସ୍କ୍ବାର୍ଡ ଖବର ପାଇ ଯାଜପୁର ରୋଡ ସ୍ଥିତ ଚୂନ ଭାଟି ଅଞ୍ଚଳରେ ଚଢ଼ାଉ କରିଥିଲା । ଏହି ଚଢାଉ ବେଳେ ୩୧ ଗ୍ରାମ ବ୍ରାଉନସୁଗାର ଜବତ କରିଛି ସ୍ପେଶାଲ ସ୍କ୍ବାଡ୍ । ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିବା ସହ ସେହିସ୍ଥାନରୁ ବ୍ରାଉନସୁଗାର କାରବାର ପାଇଁ ବ୍ୟବହାର କରାଯାଉଥିବା ଗୋଟିଏ କାର ଜବତ କରାଯାଇଥିବା ସୂଚନା ମିଳିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପାଖାପାଖି ୩ ଲକ୍ଷ ଟଙ୍କା ହେବ ।

ଯାଜପୁର ସମେତ ସାରା ରାଜ୍ୟରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ତେବେ ବିଭିନ୍ନ ସ୍ଥାନରୁ ପ୍ରତିଦିନ ଏଭଳି ଭାବେ ବ୍ରାଉନସୁଗାର ଜବତ କରାଯାଉଥିଲେ ସୁଦ୍ଧା ପୋଲିସର ନିଷ୍କ୍ରିୟତା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

   Related Posts