ଜାଲ୍‌ କାଗଜପତ୍ର ଦେଇ ୬୮ଲକ୍ଷ ଟଙ୍କା ଠକେଇ ଘଟଣା, ୩ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | September 11, 2021 IST

କଟକ ୧୧।୦୯: ଜାଲ ଜମି କାଗଜପତ୍ରରେ କଟକ ହାଇକୋର୍ଟ କର୍ପୋରେସନ୍ ବ୍ୟାଙ୍କରୁ ୬୮ ଲକ୍ଷ ଟଙ୍କା ଠକେଇ ଘଟଣା । ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ଲାଲବାଗ ଥାନା ପୋଲିସ । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବାର ସୂଚନା ମିଳିଛି ।

ଖବର ଅନୁଯାୟୀ, ଖୋର୍ଦ୍ଧା ପାଇକରାପୁର ଅଞ୍ଚଳର ଜମି ମାଲିକଙ୍କ ନକଲି କାଗଜପତ୍ରରେ ଊଣ ଉଠାଇଥିବା ନେଇ ଅଭିଯୋଗ ହୋଇଥିଲା । କଟକର ସତ୍ୟ ଶଙ୍କର ଶତପଥୀ ପାଇକରାପୁରର ସତ୍ୟବାଦୀ ବଳିଆର ସିଂଙ୍କ ଜମିର ନକଲି କାଗଜ ଦେଇ ନେଇଥିଲେ ୬୮ ଲକ୍ଷ ଟଙ୍କା  । ଏନେଇ ଅଗଷ୍ଟ ୬ ତାରିଖରେ ନ୍ୟୁଜ ସେଭେନରେ ଖବର ପ୍ରସାରଣ ପରେ ତଦନ୍ତକୁ ଜୋରଦାର କରିଥିଲା ଲାଲବାଗ ଥାନା ପୋଲିସ । ଏବେ ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ଅଧିକ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.