ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ! ଜଣେ ମୃତ, ୩ ଗିରଫ

Published By : Prameya-News7 Bureau | October 31, 2020 IST

ଭଦ୍ରକ ୩୧।୧୦: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ସଙ୍ଗବଦ୍ଧ ଆକ୍ରମଣ। ଗୁରୁତର ଅବସ୍ଥାରେ ମେଡିକାଲରେ ଜଣେ ଯୁବକଙ୍କ ମୃତ ହୋଇଯାଇଛି । ମୃତ ଯୁବକ ଧାମନଗର ଦକ୍ଷିଣବାଡର ସତ୍ୟଜିତ ପଣ୍ଡା ବୋଲି ଜଣାପଡିଛି । ତେବେ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ନେଇ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ଧାମନଗର ପୋଲିସ।

{"id":353605,"sizeSlug":"large"}

ଖବର ଅନୁଯାୟୀ, ଗତକାଲି  ଦିନ ୩ଟା ବେଳେ ସ୍ଥାନୀୟ ଦକ୍ଷିଣଵାଡ ଗାଁର ଯୁବକ ସତ୍ୟଜିତ ପଣ୍ଡା ଵ୍ଲକ ବଜାର ପଟୁ ଘରକୁ ଫେରୁଥିଲେ । ଏହି ସମୟରେ ସତ୍ୟଜିତଙ୍କୁ ସଙ୍ଗବଦ୍ଧ ଭାବେ ତିନିରୁ ଚାରି ଜଣ ଯୁବକ ରଡ଼ ଓ ବାଡ଼ିରେ ଆକ୍ରମଣ କରିଥିଲେ । ସତ୍ୟଜିତ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ପଡିଯାଇଥିଲେ। ପରେ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ଧାମନଗର ଓ ପରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ।

{"id":353606,"sizeSlug":"large"}

ଭଦ୍ରକ ମେଡିକାଲରେ ଯୁବକ ଜଣଙ୍କରେ ମୃତ୍ୟୁ ହୋଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସତ୍ୟଜିତଙ୍କୁ ଏଭଳି ସଙ୍ଘବଦ୍ଧ ଆକ୍ରମଣ କରାଯାଇଥିବା ସୂଚନା ରହିଛି । ସେପଟେ ଅଭିଯୁକ୍ତଙ୍କୁ ଧରିବା ପାଇଁ  ଧାମନଗର ଥାନା ସମ୍ମୁଖରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଧାମନଗର ପୋଲିସ ଘଟଣାର  ଛାନଭିନ ଆରମ୍ଭ କରିଥିଲା ।  ବିଳମ୍ବିତ ରାତିରେ ଧାମନଗର ଶହିଦ ନଗର ( ଶ୍ରୀଗଙ୍ଗା) ସ୍ଥିତ ଏକ ଘରୁ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.