Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବାଇକ୍‌ରେ ଆସୁଥିଲେ ଭଦ୍ରକ, ଅଧାରାସ୍ତାରେ ଧରିଲା ପୋଲିସ ; ୩୧୬ ଗ୍ରାମ ବ୍ରାଉନ୍‌ସୁଗାର ଜବତ

23/10/2021 at 2:57 PM

ଭଦ୍ରକ ୨୩।୧୦: ପ୍ଲାନ୍‌ ଫେଲ୍‌ । ବାଲେଶ୍ୱରରୁ ଭଦ୍ରକ ଆଣୁଥିଲେ ବ୍ରାଉନ୍‌ସୁଗାର । ପୋଲିସ ଚେକିଂ ସମୟରେ ୩୧୬ ଗ୍ରାମର ବ୍ରାଉନ୍‌ସୁଗାର ଜବତ ହୋଇଛି । ଏହାସହିତ ଘଟଣାରେ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଗିରଫ ୩ଜଣଙ୍କ ମଧ୍ୟରେ ୨ଜଣ ଗ୍ରାମାଞ୍ଚଳ ଥାନା ବଉଳପୋଖରୀ ଗାଁର କପିଳା ମଲ୍ଲିକ ଓ ଧନିଆ  ହୋଇଥିବା ବେଳେ ମହିଳା ଜଣଙ୍କ ଯାଜପୁର ଜିଲ୍ଲାର ଟୁନି ନାୟକ ବୋଲି ଜଣାପଡିଛି ।  

ଖବର ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ବଉଳପୋଖରୀ ଗାଁର ୨ଜଣ ଯୁବକ ସହ ଜଣେ ମହିଳା ବାଇକ ଯୋଗେ ବାଲେଶ୍ୱରରୁ ୩୧୬ ଗ୍ରାମ ବ୍ରାଉନ୍‌ସୁଗାର ନେଇ ଭଦ୍ରକ ଆସୁଥିଲେ । ଠିକ୍‌ ଏହି ସମୟରେ ଧାମରା ରେଳ ଓଭରବ୍ରିଜ୍‌ ନିକଟରେ ଗ୍ରାମାଞ୍ଚଳ ପୋଲିସ ସମସ୍ତଙ୍କୁ ଅଟକ ରଖି ଯାଞ୍ଚ କରିଥିଲେ ଯ ତେବେ ଏହି ଯାଞ୍ଚ ସମୟରେ ୩୧୬ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷରୁ ଅଧିକ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଘଟଣାରେ ଗିରଫ ହୋଇଥିବା ୩ଜଣଙ୍କ ନିକଟରୁ ଏକ ବାଇକ୍‌ ଜବତ ହୋଇଛି । ବ୍ରାଉନ୍‌ସୁଗାର କାରବାରର ଲିଙ୍କ ନେଇ ଛାନ୍‌ଭିନ୍‌ ଜାରି ରହିଛି ।

   Related Posts