Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଧରାପଡିଲେ ୩ ବ୍ରାଉନସୁଗାର ବେପାରୀ, ଖସିଗଲା ମୁଖ୍ୟ ଅଭିଯୁକ୍ତ

15/04/2021 at 1:54 PM

ଭଦ୍ରକ ୧୫।୦୪: କାର୍‌ରେ ମାରଣାସ୍ତ୍ର ଧରି ଆସୁଥିବା ବେଳେ ପୋଲିସ ହାତରେ ଧରାପଡିଗଲେ । କାର୍‌ରୁ ଜବତ ହେଲା ବିପୁଳ ପରିମାଣର ବ୍ରାଉନ୍‌ସୁଗାର । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଖସିଯାଇଥିବା ବେଳେ ୩ଜଣଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ । ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ଫଟୋ ଜାରି କରିଛି ପୋଲିସ ।

ଖବର ଅନୁଯାୟୀ, ଜଳେଶ୍ୱରରୁ କିଛି ବ୍ରାଉନ୍‌ସୁଗାର ବେପାରୀ ଭଦ୍ରକ ଅଭିମୁଖେ ଏକ ବିନା ନମ୍ବର ଥିବା କାର୍‌ରେ ଆସୁଥିଲେ । ଏହାର ଖବର ପାଇବା ପରେ ଭଦ୍ରକ ଗ୍ରାମଞ୍ଚଳ ପୋଲିସ ୧୬ନମ୍ବର ଜାତୀୟ ରାଜପଥ ରାଣିତାଲ ନିକଟରେ ଜଗିରହିଥିଲା । ପୋଲିସକୁ ଦେଖି କାର୍‌ଟି ଅନ୍ୟ ଦିଗରେ ଯିବାକୁ ଲାଗିଥିଲା । ପୋଲିସ ଗାଡ଼ିକୁ ପିଛା କରିଥିଲା ଏବଂ ଲେବୁଲ୍‌ କ୍ରସିଂ ନିକଟରେ ଅଟକାଇଥିଲା । ପୋଲିସକୁ ଦେଖି ଗାଡ଼ିରେ ଥିବା ସମସ୍ତେ ଦୌଡି ପଳାଇବାକୁ ଉଦ୍ୟମ କରିଥିଲେ ।  କିନ୍ତୁ ପୋଲିସ ୩ଜଣଙ୍କ ଧରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ହେଇଯାଇଥିଲା ।

ପୋଲିସ ଯାଞ୍ଚ ବେଳେ ଗାଡିରେ ଗୋଟିଏ ଖଣ୍ଡା, ଗୋଟିଏ ବାଉଁଶ ଲାଠି,୨ଟି ଛୁରୀ, ୨ଟି ଖେଳନା ବନ୍ଧୁକ ଓ ୧୦ ଗ୍ରାମରୁ ଅଧିକ ବ୍ରାଉନ୍‌ସୁଗା ଜବତ କରିଛି । ଜବତ ହୋଇଥିବା ବ୍ରାଉନ୍‌ସୁଗାରର ଆନୁମାନିକ ମୁଲ୍ୟ ୧୦ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ସେପଟେ ଫେରାର ମୁଖ୍ୟ ଅଭିଯୁକ୍ତକୁ ଗିରଫ ପାଇଁ ଫଟୋ ଜାରି କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ସେହିପରି ଗିରଫ ଅଭିଯୁକ୍ତମାନେ ହେଲେ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ବଲରାମପୁରଗଡର ଶିତେଶ ପାତ୍ର , ଗ୍ରାମାଞ୍ଚଳ ଥାନା ବଉଳପୋଖରୀ ଗାଁର ରବିନ ଦାସ ଓ ଉମାକାନ୍ତ ମଲ୍ଲିକ । ଫେରାର ଅଭିଯୁକ୍ତ ଚିଣ୍ଟୁକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଅତିରିକ୍ତ ଏସପି କହିଛନ୍ତି ।

   Related Posts